ନାଳ ପାର ହେବା ବେଳେ ଭାସିଯାଇ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | September 25, 2019 IST

ମାଲକାନଗିରି ୨୫।୯: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ରାସବେଡା ପଞ୍ଚାୟତର ମୁଦୁଲିଗୁଡା ଗାଁରେ ଲଗାଣ ବର୍ଷା । ବର୍ଷା ଯୋଗୁଁ ହଠାତ୍‌ ପାହାଡ଼ରୁ ମାଡି ଆସିଥିବା ପାଣି ଓରିଙ୍ଗି ଓ ମୁଡ଼ିଲିଗୁଡ଼ା ଗାଁ ଦେଇ ପ୍ରବାହିତ ହେଉଥିବା ନାଳରେ ମୁଦୁଲିଗୁଡା ଗ୍ରାମର ଧନେଇ ଖିଲ ନାମକ ଜଣେ ୩୫ ବର୍ଷର ମହିଳା ନାଳ ପାରି ହେଉଥିବା ସମୟରେ ପାଣିରେ ଭାସିଯାଇ ମୃତ୍ୟୁ ହୋଇଯାଇଛି । ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି । ତାଙ୍କ ସ୍ବାମୀ ଓ ଗାଁ ଲୋକେ ଖୋଜାଖୋଜି କରିବା ପରେ ନିକଟସ୍ଥ ନାଳରୁ ମହିଳାଙ୍କ ମୃତଦେହ ମିଳିଥିଲା । ହଠାତ୍ ବର୍ଷା ପାଣି ଆସିଥିବାରୁ ସେ ଭାସିଯିବା ଜଣାପଡିଛି । ଖୈରପୁଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.