ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ମହିଳାଙ୍କୁ ଟାଙ୍ଗିଆରେ ହାଣିଲେ ଯୁବକ
28/05/2019 at 7:55 AM

ଆଠଗଡ ୨୮|୫: ବାଙ୍କି ଥାନା ଅନ୍ତର୍ଗତ ମାଳ ବିହାରପୁର ଗାଁରେ ହତ୍ୟାକାଣ୍ଡ ହୋଇଛି । ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଥିବା ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ମାଳ ବିହାରପୁର ହରିଜନ ସାହିର ନଣ୍ଡା ଦେହୁରୀ ନାମକ ଜଣେ ଯୁବକ ମାମି ଖଟୁଆ ନାମକ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣିଦେବା ଫଳରେ ଘଟଣାସ୍ଥଳରେ ମାମିଙ୍କ ମୄତ୍ୟୁ ହୋଇଛି ।

ଭଉଣୀକୁ ନଣ୍ଡା ଟାଙ୍ଗିଆରେ ଗୋଡ଼ାଇ ହାଣୁଥିବା ବେଳେ ଭାଇ କୃପାସିନ୍ଧୁ ଜେନା ଛଡାଉଥିବା ବେଳେ ତାକୁ ମଧ୍ୟ ନଣ୍ଡା ଟାଙ୍ଗିଆରେ ହାଣି ଦେଇଛି । ଗୁରୁତର ଅବସ୍ଥାରେ କୃପାସିନ୍ଧୁଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ନଣ୍ଡାକୁ ଗିରଫ କରି ପରଚାଉଚରା କରୁଛି ।
Related Posts
ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା, ୫ ଯାତ୍ରୀ ଗୁରୁୁତର
28 February 2021