Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହଠାତ୍‌ ଏୟାରପୋର୍ଟ ଭିତରେ ପଶି ଉଲଗ୍ନ ହୋଇ ଡ୍ୟାନ୍ସ କଲେ ମହିଳା, ପୋଲିସକୁ ଦେଲେନି ଧରା

13/10/2021 at 5:45 PM

ନୂଆଦିଲ୍ଲୀ ୧୩/୧୦: ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଲଗ୍ନ ହୋଇ ଉତ୍ପାତ କଲେ ମହିଳା। ବିନା ପୋଷାକରେ ଯାତ୍ରୀଙ୍କ ସାମ୍ନାରେ ନୃତ୍ୟୁ କରିବା ସହ ଏପଟରୁ ସେପଟ ମହିଳା ଜଣଙ୍କ ଦୌଡ଼ୁଥିଲେ। ଏନେଇ ସିସିଟିଭିରେ ଦେଖି ସୁରକ୍ଷା କର୍ମୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମହିଳା ଜଣଙ୍କ ଲୋକଙ୍କ ସାମ୍ନାରୁ ଆସିବାକୁ ନାରାଜ ହୋଇଥିଲେ। ଗୋଟିଏ ପଟେ ସୁରକ୍ଷା କର୍ମୀ ତ ଅନ୍ୟ ପଟେ ଉଲଗ୍ନ ମହିଳା । ଏମିତି ଦୀର୍ଘ ସମୟ ଚାଲିବା ପରେ ଶେଷରେ ଘଟଣାରେ ଟ୍ବିଷ୍ଟ ଆସିଥିଲା।

‘ଡେଲି ମେଲ୍‌’ରେ ପ୍ରକାଶିକ ଖବର ମୁତାବିକ, ଏ ସସମ୍ତ ଘଟଣା ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟରେ ଘଟିଥିଲା । କ୍ୟାମେରାରେ କଏଦ ହୋଇଥିବା ଭିଡିଓରେ ଅନୁସାରେ ମହିଳା ଜଣଙ୍କ ବାହାର ପଟୁ ବିମାନବନ୍ଦର ଭିତରକୁ ପ୍ରବେଶ କରିଥିଲେ। ସେତେବେଳେ ସେ ପୋଷାକ ପରିଧାନ କରିଥିଲେ। କିନ୍ତୁ ସମୟ ମଧ୍ୟରେ ସେ ଯାତ୍ରୀଙ୍କ ସାମ୍ନାରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେହି ସମୟରେ ତାଙ୍କ ଶରୀରରେ କୌଣସି ପ୍ରକାର ପୋଷାକ ନଥିଲା।

ମହିଳାଙ୍କ ଉତ୍ପାତ ଦେଖି ସୁରକ୍ଷା କର୍ମୀ ତାଙ୍କୁ ଧରିବାକୁ ବହୁ ଉଦ୍ୟମ କରିଥିଲେ। ପରେ ପୋଲିସ ପହଞ୍ଚି ମଧ୍ୟ ନାକେଦମ ହୋଇଥିଲା। ମହିଳାଙ୍କ ଉପରେ କୌଣସି ମତେ ଏକ କମ୍ବଳ ପକାଇବାରେ ସକ୍ଷମ ହୋଇଥିଲେ ସୁରକ୍ଷ କର୍ମୀ।

ଏହା ପରେ ମହିଳାଙ୍କୁ ସୁରକ୍ଷିତ ଏୟାରପୋର୍ଟ ବାହାରକୁ ବାହାର କରାଯାଇଥିଲେ। ତେବେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ହସ୍ପିଟାଲରେ ପରୀକ୍ଷା କରାଯିବ। ସେ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି କି ନାହିଁ ଜଣାପଡ଼ିବା ପରେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି ।  

   Related Posts