ବିବାହ କରିବାକୁ ମିଥ୍ୟାର ସାହାରା ନେଇଥିଲେ ସ୍ୱାମୀ, ଛାଡପତ୍ର ପରେ ଏପରି ଦଣ୍ଡ ଦେଲେ ପତ୍ନୀ

Published By : Prameya-News7 Bureau | July 27, 2019 IST

ମିଛ କହି ବାହା ହେବାର ପରିଣତି ଭୋଗିବାକୁ ପଡିଛି ଜଣେ ପୁରୁଷଙ୍କୁ । ତାଙ୍କ ପୂର୍ବତନ ପତ୍ନୀ କଇଁଚିରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଏସିଡରେ ବୁଡାଇ ବାଥରୁମ ବେସିନରେ ପକାଇ ଫ୍ଲସ୍ ମାରିଦେଇଛନ୍ତି। ଘଟଣା ପରେ ମହିଳା ଆତ୍ମହତ୍ୟା କରିବା ଲାଗି ୪୦ଟି ନିଦ ବଟିକା ଖାଇଦେଇଥିଲେ ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

{"id":137939}

ଘଟଣାଟି ଘଟିଛି ତାଇୱାନରେ। ହୁକୋଉରେ ରହୁଥିବା ୫୮ ବର୍ଷ ବୟସ୍କା ମିସ୍ ଲିଙ୍କୁ ବିବାହ କରିଥିଲେ ମିଷ୍ଟର ଚେନ। ତେବେ ବିବାହ କରିବା ବେଳେ ସେ ଚାକିରୀ କରୁଥିବା ନେଇ ଚେନ୍ ତାଙ୍କୁ କହିଥିବା ବିବାହ ପରେ ମିଥ୍ୟା ବୋଲି ଜଣାପଡିଥିଲା। ସେ ୨ ବର୍ଷ ହେଲା ଚାକିରୀରୁ ତଡା ଖାଇଥିବା ବେଳେ ନୂଆ ଚାକିରୀ ଯୋଗାଡ କରିବାରେ ବିଫଳ ହୋଇଥିଲେ। ଏଣୁ ଉଭୟଙ୍କ ମଧ୍ୟରେ ପାରିବାରିକ ଅସନ୍ତୋଷ ଲାଗି ରହିବା ଯୋଗୁ ଶେଷରେ ଛାଡପତ୍ର ହୋଇଥିଲା। ତେବେ ଛାଡପତ୍ର ପରେ ବି ଲିଙ୍କ ଘର ଛାଡୁନଥିଲେ ଚେନ୍। ଏଣୁ  ଲି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି।

{"id":137940,"width":576,"height":431}

ପୂର୍ବତନ ପତ୍ନୀଙ୍କ ଆକ୍ରମଣରେ ଭୟଭୀତ ଚେନ ବାଥରୁମରେ ପଶି ଜୀବନ ରକ୍ଷା କରିଥିଲେ। ଘଟଣା ନେଇ ସେ ପୋଲିସକୁ ସୂଚିତ କରିବାରୁ ପୋଲିସ ପହଞ୍ଚି ତାଙ୍କୁ ବାଥରୁମରୁ ଉଦ୍ଧାର କରିବା ସହ ନିଶାବଟିକା ଖାଇ ଗୁରୁତର ହୋଇପଡିଥିବା ଲିଙ୍କୁ ନେଇ ହସ୍ପିଟାଲରେ ଭର୍ତି କରିଥିଲା। ମିସ୍ ଲି ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି। ଚେନ୍ ମିଛ କହି ଲିଙ୍କୁ ବାହା ହୋଇଥିଲେ ହେଁ ତାଙ୍କ ଅଗୋଚରରେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ। ଏହା ଜାଣିବା ପରେ ଲି ତାଙ୍କୁ ଛାଡପତ୍ର ଦେବାକୁ ମନସ୍ଥ କରିଥିଲେ। ହେଲେ ଛାଡପତ୍ର ପରେ ବି ଚେନ୍ ତାଙ୍କ ଘର ଛାଡୁନଥିବାରୁ ଲି ତାଙ୍କୁ ବାରମ୍ବାର ଘର ଛାଡିବାକୁ କହୁଥିଲେ। ହେଲେ ଚେନ୍ ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.