ଝିଅକୁ ସ୍କୁଲକୁ ଛାଡିବାକୁ ଯାଇଥିବାବେଳେ ବିଦ୍ୟୁତ ଆଘାତରେ ମହିଳା ଗୁରୁତର

Published By : Prameya-News7 Bureau | July 01, 2019 IST

କେନ୍ଦ୍ରାପଡା ୧/୭ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟକୁ ଛାତ୍ରୀକୁ ଛାଡିବାକୁ ଯାଇଥିବା ବେଳେ ଅଭିଭାବକଙ୍କୁ ବିଦ୍ୟୁତ ଆଘାତ ହୋଇଛି । ବିଦ୍ୟୁତ ଆଘାତରେ ଅଭିଭାବକ ଗୁରୁତର ହୋଇଛନ୍ତି । ଗୁରୁତର ଅଭିଭାବକଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ହେଲେ ତିଗିରିଆ ଗାଁର ମିନତୀ ମଳିକ । ବର୍ଷା ହେଉଥିବାରୁ ମିନତୀ ତିଗିରିଆ ସ୍କୁଲକୁ ନିଜ ଝିଅ ଅମ୍ବିକାକୁ ଛାଡିବାକୁ ଯାଇଥିଲେ । ବିଦ୍ୟାଳୟକୁ ଲାଗି ରହିଥିବା ବିଦୂତ ଖୁଂଟରୁ ମିନତୀ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.