ଘରୋଇ କଳହରୁ ବାପଘରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | March 14, 2020 IST

ଯାଜପୁର ।୩: ଯାଜପୁର ରୋଡ୍ ନୂଆ ମାର୍କେଟରେ ଅଭାବନୀୟ ଘଟଣା ଘଟିଛି । ପାଇଖାନା ଭିତରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା । ପୀଡିତା ମହିଳାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘରୋଇ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

{"id":238007,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୀଡିତା ମହିଳା ୫ବର୍ଷ ତଳେ ଯାଜପୁର କୋରେଇ ଥାନା ଅନ୍ତର୍ଗତ କାଚରାସହି ରଙ୍ଗିଆଟିକିରି ଗ୍ରାମରେ ବିବାହ କରିଥିଲେ । ବିବାହର ୨୮ ଦିନ ପରଠୁ ମହିଳା ଜଣଙ୍କ ବାପଘରେ ରହି ଆସୁଥିଲେ ।

{"id":238008,"sizeSlug":"large"}

ଶନିବାର ସକାଳେ ପାଇଖାନା ଯାଇଥିବା ବେଳେ ଭିତରୁ ପଟୁ କବାଟ ବନ୍ଦ କରିଦେଇଥିଲେ । କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୭୦ ଭାଗ ପୋଡିଯାଇଥିବା ସୂଚନା ମିଳିଛି । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.