ସ୍ୱାମୀଙ୍କ ଆକାଉଣ୍ଟରୁ ୪ କୋଟି ଟଙ୍କା ଉଡ଼ାଇଦେଲା ସ୍ତ୍ରୀ, ପୁରା ୨୦ ବର୍ଷ ପର୍ଯ୍ୟନ୍ତ ଏମିତି ବନାଇଲା ବୋକା..

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯/୧୧: ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବିଶ୍ୱାସ ଭରସାର ହୋଇଥାଏ। ଦୁହିଁଙ୍କ ମଧ୍ୟରେ  ଯଦି କେହି ଧୋକା ଦେଇ ଦିଅନ୍ତି, ତେବେ ଜୀବନ ବହୁତ କଷ୍ଟସାଧ୍ୟ ହୋଇଯାଏ। ଏହିପରି ଧୋକା କନେକ୍ଟିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପତ୍ନୀ କରିଛନ୍ତି।

ସୂଚନା ଅନୁଯାୟୀ, ଡୋନା ମାରିନୋ ନାମକ ଜଣେ ମହିଳା ଧୀରେ ଧୀରେ ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟରୁ ୪ କୋଟି ୪୪ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଥିଲେ। ଯେତେବେଳେ ସ୍ୱାମୀ ଏ ବିଷୟରେ ପଚାରୁଥିଲେ, ମହିଳା ତାଙ୍କୁ କନଫ୍ୟୁଜ୍ କରିଦେଉଥିଲେ।

ଚତୁର ମହିଳା ୨୦ ବର୍ଷ ଧରି ତାଙ୍କ ସ୍ୱାମୀଙ୍କ ପେନ୍‌ସନ୍‌ ଚେକ୍, କମ୍ପେନସେଶନ ପେମେଣ୍ଟ ଏବଂ ସୋସିଆଲ ସିକ୍ୟୁରିଟି ଇନକମରୁ ୪୪ କୋଟି ୪୪ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ପତ୍ନୀଙ୍କ ହାତରେ ସ୍ୱାମୀଙ୍କର ସମସ୍ତ ଆର୍ଥିକ ଦାୟିତ୍ୱ ଥିବାରୁ ସେ ଚୁପଚାପ୍ ଟଙ୍କା ଚୋରି କରୁଥିଲେ ଏବଂ ସ୍ୱାମୀଙ୍କୁ ଆମ୍ନେସିଆ ବୋଲି ବିଶ୍ୱାସ କରାଇଥିଲେ। ଯେତେବେଳେ ବି ସ୍ୱାମୀ ବ୍ୟାଙ୍କକୁ ଯିବାକୁ ଚାହୁଁଥିଲେ, ଅଭିଯୁକ୍ତ ପତ୍ନୀ କହୁଥିଲେ ଯେ ଅଲଜାଇମର କାରଣରୁ ସେ ଗତଥର ସେଠାରେ ହଙ୍ଗମା ସୃଷ୍ଟି କରିଥିଲେ, ତେଣୁ ସେଠାକୁ ଯିବା ଉଚିତ୍ ନୁହେଁ। ସ୍ୱାମୀ କେବେ ବି ତାଙ୍କ ଅସୁସ୍ଥତା ଡାକ୍ତରଙ୍କୁ ଦେଖାଇ ନଥିଲେ, କିନ୍ତୁ ପତ୍ନୀ ବାରମ୍ବାର କହିବା ପରେ ସେ ଅନୁମାନ କରିଥିଲେ ଯେ ତାଙ୍କର ଅଲଜାଇମର ଅଛି।

ପତ୍ନୀଙ୍କ ଏହି କାଣ୍ଡ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ତାଙ୍କ ଝିଅ ବ୍ୟକ୍ତିଙ୍କ ଫାଇନାନସିଆଲ ଡିଟେଲ୍ସ ଦେଖିଲେ। ସେହି ବ୍ୟକ୍ତିଙ୍କର କ୍ରେଡିଟ୍ କାର୍ଡରୁ ଆକାଉଣ୍ଟ ପର୍ଯ୍ୟନ୍ତ କାରବାର ବିଷୟରେ କୌଣସି ଜ୍ଞାନ ନଥିଲା। ଘଟଣାର ଅନୁସନ୍ଧାନ ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଡୋନା ମାରିନୋ ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ତାଙ୍କ ଆକାଉଣ୍ଟରେ ଜମା କରିଥିଲେ। ପଚରାଉଚରା ବେଳେ ସେ କହିଥିଲେ ଯେ ସେ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଏହା କରିଛନ୍ତି। ବର୍ତ୍ତମାନ ମହିଳାଙ୍କ ଉପରେ ଠକେଇ ଅଭିଯୋଗ ହୋଇଛି ଏବଂ ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.