ଫେସବୁକ ଫ୍ରେଣ୍ଡ କରି ଫସିଗଲେ ମହିଳା କନଷ୍ଟେବଳ: ଜନ୍ମଦିନ ପାର୍ଟିକୁ ଯାଇ ହେଲେ ଗଣଦୁଷ୍କର୍ମର ଶିକାର

Published By : Prameya-News7 Bureau | September 25, 2021 IST

ନେମୁଚ ୨୫/୦୯ : ନେମୁଚ ଜିଲ୍ଲାରେ ନିୟୋଜିତ ହୋଇଥିବା ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ଅଭିଯୋଗକ୍ରମେ ଶୁକ୍ରବାର ଦିନ ପାଞ୍ଚ ଜଣଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ନେମୁଚ ମହିଲା ପୋଲିସ ଜଣେ ମହିଳାଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ନେମୁଚ ପୋଲିସ ଅଧୀକ୍ଷକ ସୁରଜ କୁମାର ଭର୍ମା କହିଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମନସା ନିବାସୀ ପୱନ ଲୋହାର ଏବଂ ତାଙ୍କ ମା ନିର୍ମଳା। ଆଉ ୩ ଅଭିଯୁକ୍ତ ଧୀରନ୍ଦ୍ର ଲୋହାର, ବିଜୟ ଲୋହାର ଓ ଓମପ୍ରକାଶ ଲୋହରଙ୍କ ତଲାସୀ ଜାରି ରହିଛି।

ପୋଲିସ ନିକଟରେ ଅଭିଯୋଗକାରୀଙ୍କ ବୟାନ ଅନୁଯାୟୀ ସେ ସୋସିଆଲ ମିଡିଆରେ ପୱନଙ୍କ ସହ ବନ୍ଧୁତା କରିଥିଲେ। ନିକଟରେ ପୱନ ତାଙ୍କୁ ଏକ ଜନ୍ମଦିନ ପାର୍ଟି ନିମନ୍ତ୍ରଣ କରିଥିଲା। ଯେଉଁଠାରେ ପୱନ ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୱନର ମା ନିର୍ମଳା ସେମାନଙ୍କୁ ଏକ ଅପରାଧରେ ସାହାଯ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ବୟାନ ଆଧାରରେ ପୋଲିସ ସେପ୍ଟେମ୍ବର ୨୦ ତାରିଖରେ ୫ ଜଣଙ୍କ ବିରୋଧରେ ୩୭୬, ୩୭୬ (ବି) ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ କରିଥିଲା। ୫ ଅପରାଧୀଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ପବନ ଓ ତା' ମା ନିର୍ମଳାଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.