Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ଥାନାରୁ ଆସି ଘରେ ଫାଶୀ ଲଗାଇଦେଲେ ମହିଳା କନଷ୍ଟେବଳ, ଜାଣନ୍ତୁ ପୂରା ଘଟଣା…

5/09/2019 at 9:11 AM

ଜାଞ୍ଜଗିରି ୫।୯: ଛତିଶଗଡ ଜାଞ୍ଜଗିରି ଚମ୍ପାରେ ଜଣେ ମହିଳା କନଷ୍ଟେବଳ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା କନଷ୍ଟେବଳ ହେଉଛନ୍ତି ରାନୁ ଧୁର୍ବେ । ମୃତ କନଷ୍ଟେବଳଙ୍କ ସ୍ବାମୀ ମଧ୍ୟ ଜଣେ କନଷ୍ଟେବଳ । ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି । ତାଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାନୁ ଧୁର୍ବେ ସାରାଗାଓଁ ଥାନାରେ କାର୍ଯ୍ୟରତ ଥିଲେ । ସେ କୌରବାଡିହି ଜେଜେପୁର ନିବାସୀ ସନ୍ନି ଜୋଶୀଙ୍କୁ ୨୦୧୧ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟ ଜାଞ୍ଜଗିରି ରେ ରହୁଥିଲେ । ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି । ଜଣେ ୬ବର୍ଷ ଏବଂ ଆଉ ଜଣେ ଦେଢ ବର୍ଷର ।

ପୋଲିସର ସୂଚନା ଅନୁସାରେ ରାନୁ ପ୍ରାୟ ମାସେ ହେବ ଛୁଟିରେ ଥିଲେ । ଫଳରେ ସେ ତାଙ୍କ ସଂପର୍କୀୟଙ୍କ ସହ ଦୁଇ ଛୁଆଙ୍କୁ ନେଇ ମନାଲି ବୁଲିବା ପାଇଁ ଯାଇଥିଲେ । ସେଠାରୁ ଫେରିବା ପରେ ଉଭୟ ସନ୍ନି ଏବଂ ରାନୁଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଆରମ୍ଭ ହୋଇଥିଲା। ରାନୁ ଏ ସଂପର୍କରେ ତାଙ୍କ ସହକର୍ମୀମାନଙ୍କୁ ମଧ୍ୟ କହିଥିଲେ ।

ରାନୁଙ୍କ ସ୍ବାମୀ ସନ୍ନିଙ୍କର ପୋଷ୍ଟିଂ ଡାଏଲ ୧୧୨ରେ ହୋଇଥିଲା । ରାନୁଙ୍କ ମୃତ୍ୟୁହେବା ଦିନ ସେ ଡ୍ୟୁଟିରେ ଥିଲେ । ସେଦିନ ପ୍ରାୟ ଦିନ ୧୨ଟା ସମୟରେ ରାନୁଙ୍କ ନିକଟକୁ କେହି ଜଣେ ଫୋନ୍ କରିଥିଲେ । ତା ପରେ ରାନୁ ଥାନାରୁ ବାହାରି ଘରକୁ ପଳାଇଯାଇଥିଲେ । ମାତ୍ର ତାପରେ ସେ ଆଉ ଥାନାକୁ ଫେରିନଥିଲେ । ଯେତେବେଳେ ତାଙ୍କ ସ୍ବାମୀ ସନ୍ନି ଦିନ ୨ଟାରେ ନିଜ ଡ୍ୟୁଟି ସାରି ଘରକୁ ଫେରିବା ପରେ ଦେଖିଲେ ଯେ, ରାନୁ ଫାଶୀ ଲଗାଉ ଝୁଳିଛନ୍ତି । ତାପରେ ସେ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାନୁଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ଏ ନେଇ ତାଙ୍କ ସ୍ବାମୀଙ୍କୁ ପଚରାଉଚରା ଜାରି ରଖିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

   Related Posts