Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସରକାରୀ ବାସଭବନରେ ଫାଶୀ ଲଗାଇ କଲେ ଆତ୍ମହତ୍ୟା : ସ୍ବାମୀଙ୍କ ସହ ଚାଲିଥିଲା ବିବାଦ

4/11/2020 at 8:17 AM

ବରନ ୪/୧୧: ରାଜସ୍ଥାନରେ ବରନ ସହରରେ ପୋଲିସ୍ ଲାଇନରେ ମୁତୟନ ମହିଳା କନଷ୍ଟେବଲ୍ ରବୀନା ସହରିୟା ରାତିରେ ନିଜ ସରକାରୀ କ୍ବାର୍ଟରରେ ପଙ୍ଖାରେ ଫାଶୀ ଲଗାଇ ଜୀବନ ଦେଇ ଦେଇଛନ୍ତି। ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଓହ୍ଲାଇଥିଲେ ଏବଂ ଉପଚାର ପାଇଁ ଡାକ୍ତରଖାନାକୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଦେଇଥିଲେ।

ମୃତ ରବୀନା ସହାରିୟା,କେଲଓ୍ବାଡ଼ା ଥାନା ଅଞ୍ଚଳର ଜନକପୁରୀ ଗାଁ ବାସିନ୍ଦା ଥିଲେ। ୩ବର୍ଷ ତଳେ ସେ ପୋଲିସ୍ ଚାକିରୀ ଜଏନ କରିଥିଲେ ଏବଂ ବର୍ଷେ ତଳେ ବିବାହ କରିଥିଲେ।

ରବୀନା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। କୋର୍ଟରେ ମାମଲା ବିଚାରଧୀନ ଥିଲା ଏବଂ ସେ ସ୍ବାମୀଙ୍କ ସହ ରହୁନଥିଲେ। ସୋମବାର ମଧ୍ୟ ପାରିବାରିକ ନ୍ୟାୟାଳୟରେ ହାଜର ହେବାର ଥିଲା କିନ୍ତୁ ମାନସିକ ଭାରସାମ୍ୟ ହରାଇ ମହିଳା କନଷ୍ଟେବଲ୍ ଆତ୍ମହତ୍ୟା କରିଥିଲେ।

ପୋଲିସ୍ ଲାଇନରେ ମୁତୟନ ମହିଳା କନଷ୍ଟେବଲ୍ ରବୀନା ସହାରିୟା ବିଳମ୍ବିତ ରାତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି।

ମୃତ ରବିନାଙ୍କ ବାପାଙ୍କ କହିବା ଅନୁସାରେ ୨୦୧୯ ମସିହାରେ ତାଙ୍କ ଝିଅଙ୍କ ବିବାହ ହୋଇଥିଲା। ବିବାହ ପରଠୁ ସ୍ବାମୀ ତାଙ୍କୁ ହଇରାଣ କରୁଥିଲେ ଏବଂ ସବୁବେଳେ ମାଡ଼ପିଟ କରୁଥିଲା ଏବଂ ଧମକ ଦେଉଥିଲା। ଏହି କାରଣରୁ ତାଙ୍କ ଝିଅ ତା ବିରୋଧରେ ମାମଲା ରୁଜୁ କରି ରଖିଥିଲା ଏବଂ ସ୍ବାମୀଙ୍କଠୁ ଅଲଗା ରହୁଥିଲେ। ସ୍ବାମୀଙ୍କ ଅତ୍ୟାଚାର ସହିନପାରି ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ତାଙ୍କ ବାପା ପ୍ରତାରିତ କରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀ ଏବଂ ଶ୍ବଶୁର ଘର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

   Related Posts