Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମହିଳା ପୋଲିସକର୍ମୀଙ୍କୁ ଏସିଡ ମାଡ କରି ଫେରାର ହୋଇଗଲେ ଦୁର୍ବୁତ୍ତ : ପୀଡିତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

4/04/2019 at 3:24 PM

ମଥୁରା ୪/୪ : ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା କେତେ ସୁରକ୍ଷିତ ତାର ଏକ ତାଜା ଖବର ମଥୁରା ଜିଲ୍ଲାରେ ଦେଖିବାକୁ ମିଳିଛି | କିଛି ଦୁର୍ବୁତ୍ତ ଜଣେ ମହିଳା ପୋଲିସକର୍ମୀଙ୍କ ଉପରକୁ ଏସିଡ ମାଡ କରିଛନ୍ତି | ଏସିଡ ମାଡ କରି ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମହିଳା କନେଷ୍ଟବଳଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା | ତେବେ ସେଠାରେ ପୀଡିତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଗ୍ରା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି |


ଘଟଣା ମଥୁରା ସଦର ବଜାର ଅଂଚଳରେ ଘଟିଛି | ଆଜି ସକାଳେ ଜଣେ ୨୫ ବର୍ଷ ବୟସ୍କା ପୋଲିସକର୍ମୀଙ୍କ ଉପରକୁ କିଛି ଦୁର୍ବୁତ୍ତ ଏସିଡ ମାଡ କରିଥିଲେ | ଏସିଡ ମାଡରେ ମହିଳା ଗୁରୁତର ଆହତ ହୋଇଛନ୍ତି | ପୋଲିସ ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୫ଟା ବେଳେ ଶ୍ରୀକୃଷ୍ଣ ଜନ୍ମ ଭୂମିରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ନିଲାମ ନିଜ ଡ୍ୟୁଟି ସାରି ଘରକୁ ଫେରୁଥିଲେ | ସେ ନିଜ ଘର ଦାମୋଦରପୁର ଅଂଚଳକୁ ଫେରୁଥିଲେ | ସେତେବେଳେ କିଛି ଅଜଣା ଯୁବକ ଆସି ହଠାତ ନିଲାମଙ୍କ ଉପରେ ଏସିଡ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ |

ପୋଲିସ ଘଟଣାସ୍ଥଳରେ ପହଂଚି ନିଲାମଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିଲା | ଏବେ ଯାଏଁ ଅଭିଯୁକ୍ତଙ୍କ କୌଣସି ପତ୍ତା ମିଳିନାହିଁ | ତେବେ ନିଲାମଙ୍କୁ ଅଜଣା ଯୁବକମାନେ କାହିଁକି ଏସିଡ ମାଡ କରିଥିଲେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

   Related Posts