ମହିଳାଙ୍କୁ ମାଡ ମାରି ଅଡୁଆରେ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର : ଏସଡିଜେଏମଙ୍କ ନିର୍ଦେଶ ପରେ ଥାନାରେ ମାମଲା ରୁଜୁ
18/08/2019 at 9:12 AM

ସୁନ୍ଦରଗଡ଼ ୧୮/୮: ମହିଳାଙ୍କୁ ମାଡ ମାରି ଅଡୁଆରେ ଏସ୍ ପି । ଜଣେ ମହିଳାଙ୍କୁ ମାଡ ମାରି ଅଡୁଆରେ ପଡିଛନ୍ତି ସୁନ୍ଦରଗଡ ଏସପି.ସୌମ୍ୟା ମିଶ୍ର। ଗତ ଜୁଲାଇ ମାସ ୪ ତାରିଖରେ ହେମଗିର ଥାନା କନିକା ଅଞ୍ଚଳର ଜଣେ ଯୁବକର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
ଏହା ପରେ ଉତ୍ୟକ୍ତ ଲୋକେ ଫାଣ୍ଡି ଘେରାଉ ଏବଂ ଥାନାରେ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ଫାଣ୍ଡି ଉପରେ ଆକ୍ରମଣକାରୀଙ୍କୁ ଖୋଜିବାକୁ ଯାଇ ଏସପି ସୌମ୍ୟା ମିଶ୍ର ଜଣେ ମହିଳାଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ସୁନ୍ଦରଗଡ ଏସ.ଡି.ଜେ.ଏମଙ୍କ ନିର୍ଦେଶ କ୍ରମେ ହେମଗିର ଥାନାରେ ଏସପିଙ୍କ ନାରେ ମାମଲା ରୁଜୁ ହୋଇଛି। ସ୍ବାମୀଙ୍କୁ ଖୋଜିବାକୁ ଯାଇଥିବା ବେଳେ ଏସପି ମହିଳାଙ୍କୁ ମାଡ ମାରିଥିଲେ ଯାହା ଫଳରେ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ମଧ୍ୟ ତାଙ୍କ ଅଭିଯୋଗରେ ଦର୍ଶ।ଇଥିଲେ ।
ହେମଗିର ଥାନା ସଂପୃକ୍ତ ମହିଳାଙ୍କ ଏତଲା ନରଖିବାରୁ ମହିଳା ଜଣକ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏସ.ଡି.ଜେ.ଏମଙ୍କ ନିର୍ଦେଶ କ୍ରମେ ଏସ୍ ପିଙ୍କ ବିରୋଧରେ ଆଇପିସି ଧାରା ୪୨୭, ୩୪୧, ,୩୨୩, ୧୬୬ ରେ ମାମଲା ରୁଜୁ ହୋଇଛି।