Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କପ୍ତିପଦା ଥାନା ଏଏସ୍ଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, ନବୀନ ନିବାସରେ ଆସି ଅଭିଯୋଗ କଲେ

16/09/2019 at 4:27 PM

ଭୁବନେଶ୍ୱର ୧୬।୦୯- କପ୍ତିପଦା ଥାନା ଏଏସ୍‌ଆଇଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଲେ ମହିଳା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ନିକଟରେ କପ୍ତିପଦା ଅଞ୍ଚଳର ଏହି ମହିଳା ପହଞ୍ଚିଥିଲେ ।  ଏଏସ୍ଆଇ ଶୁଭେନ୍ଦୁ ବେହେରା ଏପରି କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଓ ଦିଅରଙ୍କୁ ମଧ୍ୟ ଏହି ପୁଲିସ ଏଏସ୍‌ଆଇ ଓ ତାଙ୍କର ସାଥି ମାଡ ମାରିବା ସହ ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ମେ ମାସ ୧୨ ତାରିଖ ରାତି ଗୋଟାଏ ୩୦ ସମୟରେ ଏହି ପୁଲିସ କର୍ମଚାରୀ ତାଙ୍କ ଘରେ ପଶି ଏ ଭଳି କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ମହିଳା ଜଣଙ୍କ ଏହି ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଘରର ସିସିଟିଭି ଫୁଟେଜ୍‌ ନେଇଯାଇଥିବା କଥା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ଏହି ଘଟଣା ବିଷୟରେ ଶୁଣିବା ପରେ ତୁରନ୍ତ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

   Related Posts