Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ମତାନ୍ତର ଓ ମନାନ୍ତରରୁ ବିବାହ ବିଚ୍ଛେଦ- ଭରଣ ପୋଷଣ ଓ ନ୍ୟାୟ ମିଳୁ ନଥିବା ମହିଳାଙ୍କ ଅଭିଯୋଗ

26/09/2019 at 5:12 PM

ଭଦ୍ରକ ୨୬।୦୯- ଦିନକୁ ଦିନ ବଢ଼ୁଛି ପାରିବାରିକ ବିଚ୍ଛେଦ ମାମଲା । ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା ନକରି ମନାନ୍ତର କିମ୍ବା ମତାନ୍ତର ପାଇଁ ଅଲଗା ହୋଇଯାଉଛନ୍ତ ସ୍ବାମୀ-ସ୍ତ୍ରୀ । କୋର୍ଟ କଚେରୀରେ ପହଞ୍ଚୁଛି ମାମଲା । ହେଲେ ଏଭଳି କ୍ଷେତ୍ରରେ ଅଧିକ କ୍ଷତି ସହୁଛନ୍ତି ମହିଳା । ବର୍ଷ ବର୍ଷ ଧରି ମାମଲା ଗଡ଼ୁଥିବାରୁ ହକ୍‌ ପାଇବାରୁ ବଞ୍ଚିତ ହେଉଥିବା ଅନେକ ମହିଳା ଅଭିଯୋଗ କରିଛନ୍ତି ।

  ବର୍ଷାଧିକ କାଳ କୋର୍ଟକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି, ତଥାପି ନା’ ମିଳିଛି ନ୍ୟାୟ, ନା’ ମିଳିଛି ଭରଣପୋଷଣ ସହାୟତା । ଏ ତ ଥିଲା ଜଣେ ମହିଳାଙ୍କ ଅଭିଯୋଗ । ତେବେ କେବଳ ଏଇ ଜଣେ କି ଦୁଇ ଜଣ ମହିଳା ନୁହନ୍ତି, ୟାଙ୍କ ଭଳି ଶହ ଶହ ମହିଳା ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇ ଭାଗ୍ୟ-ଭବିଷ୍ୟତକୁ ଆଦରି ରହିଛନ୍ତି। ଦିନକୁ ଦିନ ବଢ଼ୁଛି ପାରିବାରିକ ବିଚ୍ଛେଦ ମାମଲା । ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା ନକରି ମନାନ୍ତର କିମ୍ବା ମତାନ୍ତର ପାଇଁ ଅଲଗା ହୋଇଯାଉଛନ୍ତ ସ୍ବାମୀ-ସ୍ତ୍ରୀ । କୋର୍ଟ କଚେରୀରେ ପହଞ୍ଚୁଛି ମାମଲା । ବର୍ଷ ବର୍ଷ ଧରି ମାମଲା ଗଡ଼ୁଥିବାରୁ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା କେତକ ମହିଳା ଅଭିଯୋଗ କରିଛନ୍ତି ।

ବିବାହ ବିଚ୍ଛେଦ ମାମଲାରେ କୋର୍ଟ ପ୍ରଥମେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସୃଷ୍ଟି ହୋଇଥିବା ମନାନ୍ତର, ମତାନ୍ତରକୁ ଦୂର କରିବାକୁ ଚେଷ୍ଟା କରନ୍ତି । କାଉନସେଲିଂ ମାଧ୍ୟମରେ ଉଭୟଙ୍କ ଭିତରେ ସମ୍ପର୍କକୁ ପୁଣି ଥରେ ଯୋଡ଼ିବାକୁ ଉଦ୍ୟମ କରନ୍ତି । ଏହା ସମ୍ଭବ ନହେଲେ ଛାଡ଼ପତ୍ର ଯାଏଁ କଥା ଯାଏ । ଆଉ ସ୍ତ୍ରୀର ଭରଣପୋଷଣ ପାଇଁ ସହାୟତା ଦେବାକୁ ବାଧ୍ୟ ହୋଇଥାଏ ସ୍ବାମୀ । ହେଲେ ଏଭଳି ମାମଲାରେ ବର୍ଷ ବର୍ଷ ଧରି ବିଚାର ପ୍ରକ୍ରିୟା ଚାଲୁଥିବାରୁ ଏଭଳି ଘଟଣାର ଶିକାର ମହିଳାମାନଙ୍କୁ ହିଁ ଅଧିକ କ୍ଷତି ସହିବାକୁ ପଡ଼ିଥାଏ । ଫ୍ୟାମିଲି କୋର୍ଟ କାଉନସିଲରଙ୍କ ତଥ୍ୟ ଅନୁସାରେ ପ୍ରତି ମାସରେ କେବଳ ଭଦ୍ରକ ଜିଲ୍ଲାରେ  ୫୦ରୁ ଅଧିକ ଏଭଳି ମାମଲା ସାମ୍ନାକୁ ଆସୁଛି ।  ନ୍ୟାୟପାଇଁ ମହିଳାମାନଙ୍କୁ ବର୍ଷାଧିକ କାଳ ଅପେକ୍ଷା କରିବାକୁ ପଡୁଥିବା ଆଇନଜୀବୀ ଗଦାଧର ବଳ ପ୍ରକାଶ  କରିଛନ୍ତି ।

ସାଥୀରେ ଛୋଟ ଛୋଟ ପିଲାଙ୍କୁ ଧରି ଏମିତି ଅନେକ ମହିଳା କୋର୍ଟକୁ ଦଉଡ଼ୁଛନ୍ତି । ସେପଟେ ଭରଣ ପୋଷଣ ଦାୟିତ୍ବକୁ ଏଡ଼ାଇବାକୁ ଆଇନର ଗଳାବାଟ ଖୋଜୁଛନ୍ତି ପତ୍ନୀକୁ ଛାଡ଼ପତ୍ର ଦେବାକୁ ଚାହୁଁଥିବା ପତି । ଏମିତିରେ ଏଭଳି ମାମଲାରେ ଛନ୍ଦି ହୋଇଥିବା କେତେ ଜଣ ନ୍ୟାୟ ପାଉଛନ୍ତି  ଆଉ କେତେ ଜଣ ଭାଗ୍ୟକୁ ଆଦରି ନ୍ୟାୟ ଅପେକ୍ଷାରେ ରହିଛନ୍ତି ।

   Related Posts