ନାବାଳକକୁ ଅପହରଣ କରି ଜୋର ଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ, ମହିଳାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

Published By : Prameya-News7 Bureau | August 08, 2019 IST

ଛତିଶଗଡ : ଛତିଶଗଡ ମହାସମୁନ୍ଦ ଜିଲ୍ଲା ନ୍ୟାୟାଳୟ ଏକ ମାମଲାର ବିଚାର କରି ମହିଳାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ମହିଳାଙ୍କ ବିରୋଧରେ ନାବାଳକଙ୍କୁ ଅପହରଣ କରି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନା ଅଭିଯୋଗ ଥିଲା। ମାମଲରା କୋର୍ଟ ସମସ୍ତ ପକ୍ଷଙ୍କ ଶୁଣାଣି ପରେ ଏହି ଦଣ୍ଡାଦେଶ କରଛନ୍ତି। ମହାସମୁନ୍ଦ ନାବପଡା ୱାର୍ଡରୁ ନିଖୋଜ ଏକ ବାଳକ ମିଳିବା ପରେ ତା ବୟାନ ଆଧାରରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। 

{"id":142399}

ମାମଲାରୁ ପ୍ରକାଶ ଯେ ୨୦୧୮ ମସିହା ଜୁନ ୧୦ ତାରିଖରେ ନାବପଡା ୱାର୍ଡରୁ ଏକ କିଶୋର ନିଖୋଜ ହୋଇଯାଇଥିଲା। ଏ ନେଇ ପରିବାର ଲୋକେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିଛି ଦିନ ପରେ ନିଖୋଜ କିଶୋର ଘରକୁ ଫେରିବା ପରେ ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ମହିଳା ତାଙ୍କୁ ସାଙ୍ଗରେ ନେଇ ପ୍ରଥମେ ବିଶାଖାପାଟଣା ଯାଇଥିଲେ। ତାକୁ ବିବାହ କରିବେ କହି ତା ସହ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲେ। ସେଠାରୁ ସେମାନେ ଓଡିଶାର ରାୟଗଡା ସହରକୁ ଆସିଥିଲେ। ସେଠାରେ ମଧ୍ୟ ସେ ନାବାଳକ ସହ ଶାରୀରିକ ସ୍ଥାପନା କରିବା ପରେ ଘରକୁ ଫେରିଥିଲେ।

{"id":142400}

ମାମଲାରେ ପୋଲିସ ପକ୍ସୋ ଆକ୍ଟର ଧାରା ୪,୬ ଓ ୩୬୩ ଓ ଅପହରଣ ୩୬୬ ଧାରାରେ ମକୋଦ୍ଦମା ରୁଜୁ କରିବା ସହ ମହିଳାଙ୍କୁ ଗିରଫ କରିଥିଲେ। ଜିଲ୍ଲା ସ୍ୱତନ୍ତ୍ର କୋର୍ଟ ନ୍ୟାୟାଧୀଶ ନିଧି ଶର୍ମା ତିୱାରୀ ଅପରାଧ ପ୍ରମାଣିତ ହେବାରୁ ମହିଳାଙ୍କୁ ଧାରା ୩୬୩ରେ ୩ ବର୍ଷ , ଧାରା ୩୬୬ରେ ୫ ବର୍ଷ ଓ  ବାଳ ସୁରକ୍ଷା ଅଧିନିୟମ ଧାରାରେ ୨ ବର୍ଷ ଏହି ପରି ମୋଟ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.