ଗାଧୁଆ ଘରେ ମହିଳାଙ୍କ ଆତ୍ମହତ୍ୟା !
Published By : Prameya-News7 Bureau | August 30, 2018 IST
ଚଣ୍ଡିଖୋଲ ୩୦/୮ : ଗାଧୁଆ ଘରେ ମହିଳାଙ୍କ ଆତ୍ମହତ୍ୟା ଘଟିଛି । ନିଜ ଦେହରେ କିରୋସିନ ଢ଼।ଳି ହୋଇ ଆତ୍ମହତ୍ୟା କରିଛନ୍ତି ମହିଳା । ଯାଜପୁର ଧର୍ମଶାଳା ଥାନା ଶାନ୍ତିବଜାର ଅଂଚଳରେ ଘଟିଛି ଏଭଳି ଅଘଟଣ। ମୃତ ମହିଳା ହେଲେ ସରୋଜିନି ମହାନ୍ତି । ସେ ସ୍ଥାନୀୟ ଅଚ୍ୟୁତପୁର ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଧୁଆ ଘରେ ନିଜ ଦେହରେ କିରୋସିନ ଢ଼।ଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ କିଛି ଦିନ ହେଲା ମହିଳା ଜଣକର ମାନସିକ ବିକୃତି ଦେଖା ଦେଇଥିଲା ବୋଲି ପରିବାର ତଥା ପାଖପଡୋଶୀ ଲୋକେ ସୂଚନା ଦେଇଛନ୍ତି । ପୋଲିସ ମହିଳାଙ୍କ ମୃତଦେହ ଜବତ କରିଛି ।ଏ ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି।