ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ! ତିନିବର୍ଷ ତଳେ ହୋଇଥିଲା ବାହାଘର

Published By : Prameya-News7 Bureau | November 06, 2019 IST

ବାଲେଶ୍ବର୬|୧୧: ନିଆଁରେ ପୋଡି ହୋଇ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ସହର ଶିଳ୍ପାଂଚଳ ଥାନା ସୁତେଇ ବଡଗାଁର ଜଣେ ମହିଳା ଲତା ସୋରେନ ନିଜ ଦେହରେ ନିଆଁ ଲଗାଇ ଆତ୍ମ ହତ୍ୟା କରିଛନ୍ତି । ଘରର କବାଟ ବାହାର ପଟୁ ବନ୍ଦ କରିଦେଇ , ଘର ବାହାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା ।

{"id":179961}

ତିନିବର୍ଷ ହେଲା ତାଙ୍କ ବିବାହ ହୋଇଥିଲା । ଗତ ବର୍ଷ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇ ଯାଇଛି । ସେ ଘରୋଇ କଳିରୁ ଆତ୍ମହତ୍ୟା କରିଥିବା ପଡୋଶୀମାନେ କହୁଛନ୍ତି । ତାଙ୍କର ଦେଢ ବର୍ଷର ଏକ ଶିଶୁ କନ୍ୟା ଅଛି । ବାପା ମାଆକୁ ହରାଇ ଶିଶୁ କନ୍ୟାଟି ଜଜେ ମା କୋଳରେ ଅଛି । 

{"id":179963}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.