କିରୋସିନ ଢାଳି ହୋଇ ମହିଳାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | October 08, 2019 IST

ମହାକାଳପଡା ୮।୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ବଡମଠ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ଦେହରେ କିରୋସିନ ଢାଳି ଜୀବନ୍ତ ଦଗ୍ଧ ହୋଇଛନ୍ତି ଜୟଶ୍ରୀ ପରିଡା ନାମକ ମହିଳା । ଗୁରୁତର ଅବସ୍ଥାରେ ଜୟଶ୍ରୀଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କଟକ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.