ବିଷ ପିଇବା ପରେ ସୁସ୍ମିତା ଫୋନ୍ କରି ସ୍ବାମୀକୁ ଜଣାଇଲେ, ହେଲେ ନୃଶଂସ ସ୍ବାମୀ ଆସିଲାନି ଘରକୁ ; ଚାଲିଗଲା ଜୀବନ

Published By : Prameya-News7 Bureau | October 21, 2019 IST

ବାଲେଶ୍ବର ୨୧|୧୦ : ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପଞ୍ଚାୟତ ପରମାନନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ମହିଳା  ବିଷପାନ କରି ସ୍ବାମୀକୁ ଫୋନଯୋଗେ ଜଣାଇବା ପରେ ବି ସ୍ବାମୀ ଆସିନଥିଲା । ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅପରପକ୍ଷରେ ଏକଥା ଜାଣିବାପରେ ହସ୍ପିଟାଲ ପରିସରରେ ହିଁ ମହିଳାଙ୍କ ବାପ ଘର ଲୋକ ସଂପୃକ୍ତ ସ୍ବାମୀ ଓ ଦଅରକୁ ନିସ୍ତୁକ ପିଟିଛନ୍ତି । ପୋଲିସ ମଧ୍ୟ ସ୍ବାମୀ ଓ ଦିଅରକୁ ଅଟକ ରଖିଛି ।

ହଳଦୀପଦା ପଞ୍ଚାୟତ ପରମାନନ୍ଦପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି  ।ମୃତ ମହିଳା ହେଲେ ସୁସ୍ମିତା ମାହାଳିକ ।ସୁସ୍ମିତାଙ୍କ ନିଜ ଘର ରେମୁଣା ବ୍ଲକ ବଡପାଳ ଗାଁରେ ।ସ୍ବାମୀ ସତ୍ୟବାନ ମାହାଳିକ ଓ ଦିଅର ଜିତେନ୍ଦ୍ର ମାହାଳିକଙ୍କ ସହ ମହିଳାଙ୍କ ପାରିବାରିକ କଳହ ହୋଇଥିଲା । ଝଗଡାପରେ ସ୍ବାମୀ ଓ ଦିଅର ବାହାରକୁ ଚାଲିଯାଇଥିଲେ । ରାଗ ଓ ଦୁଃଖରେ ସୁସ୍ମିତା ଦିନ ୧୦ଟା ବେଳେ ବିଷ ପିଇ ଦେଇଥିଲେ । ଯେତେବେଳେ ଅସୁସ୍ଥବୋଧ ହୋଇଥିଲା ସେ ତୁରନ୍ତ ସ୍ବାମୀଙ୍କୁ ଫୋନ କରି ଜଣାଇଥିଲେ । ହେଲେ ସ୍ବାମୀ କଥାକୁ ଗୁରୁତ୍ବ ଦେଇନଥିଲେ ।

 ଅପରାହ୍ଣ ୪ଟା ବେଳକୁ ଘରକୁ ଫେରିବା ପରେ ସ୍ତ୍ରୀକୁ ମୁର୍ମୂଷୁ ଅବସ୍ଥାରେ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ଫର୍କରେ ଜାଣିବା ପରେ ସୁସ୍ମିତାଙ୍କ ବାପ ଘର ଲୋକେ ପହଞ୍ଚି ସ୍ବାମୀ ଓ ଦିଅରକୁ ମେଡିକାଲ ପରିସରରେ ହିଁ ନିସ୍ତୁକ ପିଟିଥିଲେ । ପରେ ପୋଲିସ ପହଞ୍ଚି ଦୁହିଁ ଉଦ୍ଧାର ପରେ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.