ଘରୋଇ କଳିରୁ ସଂସାର ଶେଷ : ବାପ ଘରକୁ ଯିବାକୁ ମନାକଲେ ସ୍ବାମୀ, ୨ ଛୁଆଙ୍କୁ ଧରି ଫାଶୀରେ ଝୁଲି ପଡିଲେ ମହିଳା

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ ୦୫/୦୩ : ପଶ୍ଚିମ ଦିଲ୍ଲୀର ଶକୁରପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବାପ ଘରକୁ ଯିବାକୁ ସ୍ବାମୀ ମନାକରିବାରୁ ମହିଳାଜଣକ ପ୍ରଥମେ ନିଜର ୨ ଛୁଆଙ୍କୁ ଫାଶୀରେ ଝୁଲାଇବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହଗୁଡିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ମୃତକ ଏବଂ ତାଙ୍କ ସ୍ବାମୀ ବିହାରର ବଧୁବନୀର ବାସିନ୍ଦା । ଉଭୟ ତାଙ୍କର ପିଲାମାନଙ୍କ ସହ ଦିଲ୍ଲୀରେ ରହୁଥିଲେ । ତେବେ ଗତ ଗୁରୁବାର ଦିନ ମହିଳାଜଣକ ବାପ ଘରକୁ ଯିବାକୁ କହିବାରୁ ପତି-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ତେବେ ସନ୍ଧ୍ୟାରେ ସ୍ବାମୀ ଘରକୁ ଫେରିବା ପରେ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ ।

ଦୀର୍ଘ ସମୟ ଧରି ପତ୍ନୀ କବାଟ ନଖୋଲିବାରୁ ସନ୍ଦେହ ବଢିଥିଲା । ତେବେ ପରେ ଉକ୍ତ ବ୍ୟକ୍ତି ଝରକା ପଟେ ଯାହା ଦେଖିଥିଲେ ତାହା ତାଙ୍କୁ ଚକିତ କରିଥିଲା । ପତ୍ନୀ ଏବଂ ଦୁଇ ଛୁଆ ଫାଶୀରେ ଝୁଲିଥିବା ଦେଖିବାକୁ ମିଳିଥିଲା ।

ଖବର ଦେବାରୁ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କହିବା​‌ ମୁତାବକ, ମୃତ ମହିଳାଙ୍କ ବୟସଙ୍କ ବୟସ ୨୨ ଏବଂ ମୃତକ ୨ ଛୁଆଙ୍କ ମଧ୍ୟରୁ ଜଣଙ୍କ ବୟସ ୪ ମାସ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୪ ବର୍ଷ । ତେବେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.