Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସାପ୍ତାହିକ କିସ୍ତି ଦେଇ ନପାରିବାରୁ ମହିଳାଙ୍କୁ ତାଲାଦେଲେ ସ୍ଵଂୟ ସହାୟକ ଗୋଷ୍ଠୀ, ଘରଭିତରେ ଫାଶିଦେଇ ମରିଗଲେ ମହିଳା

23/03/2019 at 5:43 PM

ରାତଲାମ ୨୩/୩- ମହିଳାଙ୍କୁ ସ୍ଵାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ସ୍ଵଂୟ ସହାୟକ ଗୋଷ୍ଠୀ । ମହିଳାମାନେ ଆର୍ଥିକ ଅନଗ୍ରସରରୁ ମୁକ୍ତି ପାଇ ନିଜ ଗୋଡ଼ରେ ଠିଆ ହେବାକୁ ମାଳମାଳ ସରକାରୀ ଯୋଜନା । ତଥାପି କିଛି ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା ସ୍ଵାବଲମ୍ବୀ କରିବାକୁ  ମହିଳାଙ୍କୁ ଦେଉଛନ୍ତି ଋଣ। କିନ୍ତୁ ପରୋକ୍ଷରେ ଅଧିକ ସୁଧହାର ନେବା  ଆର୍ଥିକ ଶୋଷଣ କରିବା ଭଳି ଘଟଣା ଦିନକୁଦିନ ଉତ୍କଟ ରୂପ ନେଉଛି । ମହିଳାମାନଙ୍କୁ ବିନା ତାଲିମରେ ଋଣ ପ୍ରଦାନ କରୁଥିବାରୁ ଅଧିକାଂଶ ମହିଳା ଏହି ଋଣ ଟଂକାକୁ ନିଜ ପରିବାର କାମରେ ଲଗାଇଦେଉଛନ୍ତି । କୌଣସି ସ୍ଵାବଲମ୍ବୀ ହେବା ପାଇଁ ବାଟ ପାଉ ନାହାଁନ୍ତି । ଫଳରେ ଚଢ଼ା ସୁଧମୂଳ ଆଦାୟ କରୁଛନ୍ତି ଘରୋଇ ଋଣ ପ୍ରଦାନକାରୀ ସଂସ୍ଥା । ଏମିତିକି ଜଣେ ଋଣ  ନ ଶୁଝିଲେ ଅନ୍ୟମାନଙ୍କୁ ଦାୟୀ କରି ବାଧ୍ୟବାଧକତାରେ କରୁଛନ୍ତି ଋଣ ଆଦାୟ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାତଲାମ ରବିଦାସ ମାର୍ଗରେ । ଜଣେ ମହିଳା ଏକ ଘୋରେଇ ସଂସ୍ଥାରୁ ଋଣ ଆଣି ଅସୁବିଧା କାରଣରୁ ଗୋଟିଏ ମାତ୍ର ସାପ୍ତାହିକ କିସ୍ତି ଦେଇ ପାରି ନଥିଲେ । ଫଳରେ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ମହିଳାଙ୍କ ଘରେ ପୂରେଇ ଚାବି ଦେଇଦେଲେ । ମହିଳାଙ୍କ ଭାଇ ପଡ଼ୋଶୀଘରକୁ ଫୋନ କରି କହିଥିଲେ ବି ସୁଦ୍ଧା ସେମାନେ କେହି ତାଲା ଖୋଲି ନଥିଲେ ।

ରାନୁ ନାମକ ଏହି ମହିଳାଙ୍କ ସ୍ଵାମୀ କୟୁମ ଖାନ ସଂପର୍କୀୟଙ୍କ ଭୋଜିରେ ଯୋଗଦେବାକୁ ଦୁଇପୁଅଙ୍କୁ ନେଇ ଚାଲିଯାଇଥିଲେ । ରାନୁ ଏକା ଘରେ ଥିଲେ । ଏହି ସମୟରେ ମହିଳା ଗୋଷ୍ଠୀର ସମସ୍ତ ସଦସ୍ୟ ତାଙ୍କ ଘରେ ହଙ୍ଗାମା କରିଥିଲେ । ମହିଳାଙ୍କୁ ମଧ୍ୟ ବାହାରୁ ତାଲା ଦେଇଥିଲେ । ଦୀର୍ଘ ସାଢ଼େ ତିନିଘଣ୍ଟା ରାନୁ ଘରଭିତରେ ବନ୍ଦୀ ହୋଇଥିଲେ । ସେହି ସମୟରେ ନିଜ ଓଢ଼ଣିରେ ଫାଶୀ ଲଗାଇ କରିଥିଲେ ଆତ୍ମହତ୍ୟା ।

ଜଣେ ପଡ଼ୋଶୀ ଆସି ତାଲା ଖୋଲିବା ପରେ ରାନୁ ଫାଶୀ ଦେଇଥିବା କଥା ଜାଣି ସେମାନେ ଘଟଣାସ୍ଥଳରୁ ମାରିଥିଲେ ଚଂପଟ । ଏହି ଘଟଣାରେ ପୋଲିସ କରୁଛି ଅଧିକ ତନାଘନା ।

   Related Posts