Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଏଣିକି ନକ୍ସଲଙ୍କ ସହ ଲଢିବେ ମହିଳା କମାଣ୍ଡୋ, ଗଠନ ହେଲା ‘ଦନ୍ତେଶ୍ବରୀ ବାହିନୀ’

7/10/2020 at 4:04 PM

ମାଲକାନଗିରି ୭।୧୦: ମାଲକାନଗିରି ଛତିଶଗଡ ସୀମାନ୍ତରେ ଏଣିକି ନକ୍ସଲଙ୍କ ସହ ଲଢିବେ ମହିଳା କମାଣ୍ଡୋ । ଛତିଶଗଡ ପୋଲିସର ଡିଆରଜି ବାହିନୀରୁ ତାଲିମ ନେଇଥିବା ମହିଳା କମାଣ୍ଡୋମାନଙ୍କୁ ନେଇ ଗଠନ ହୋଇଛି ଦନ୍ତେଶ୍ବରୀ ବାହିନୀ । ସୁକୁମା, ଦନ୍ତେୱାଡା ଓ ବିଜାପୁର ଜିଲ୍ଲାର ନକ୍ସଲ ଅପରେସନରେ ଏହି ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଛି ।  

ମହିଳା କମାଣ୍ଡୋମାନେ ଅପରେସନକୁ ଯାଇଥିବା ବେଳେ ଫେଲ ମାରିଛି ମାଓବାଦୀଙ୍କ ଆକ୍ରମଣ ଯୋଜନା । ଦନ୍ତେୱାଡା ଜିଲ୍ଲା ଟେଟମ ଗାଁକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଜବାନଙ୍କୁ ଟାର୍ଗେଟ କରି ଲଗାଇଥିବା ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଏହି ମହିଳା କମାଣ୍ଡୋ ବାହିନୀ ।  

ଅନ୍ୟ ପୁରୁଷ ଜବାନଙ୍କ ପରି ଏହି ମହିଳା କମାଣ୍ଡୋ ମାନେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଏହି ଲ୍ୟାଣ୍ଡମାଇନଟିକୁ ଠାବ କରିଥିଲେ ।  ପରେ ଏହାକୁ ଉଦ୍ଧାର କରି ନିଷ୍କ୍ରିୟ ମଧ୍ୟ କରିଛନ୍ତି ମହିଳା କମାଣ୍ଡୋମାନେ । ଫଳରେ ନକ୍ସଲଙ୍କ ଏକ ବଡ ଧରଣର ହିଂସାକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଜବାନମାନେ ।

   Related Posts