ସିଂହ ଖୁଆଡକୁ ଡେଇଁ ପଡିଲେ ମହିଳା, ଏବେ ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | November 04, 2019 IST

ନ୍ୟୁୟର୍କ: ଆମେରିକା ନ୍ୟୁୟର୍କ ବ୍ରାନ୍ସ ଜୁରେ ଘଟିଥିଲା ଅଭାବନୀୟ ଘଟଣା। ପ୍ରାଣୀ ଉଦ୍ୟାନ ଭ୍ରମଣ କରୁଥିବା ଜନୈକା ମହିଳା ପରିଦର୍ଶକ ଅଚାନକ ସିଂହ ଖୁଆଡକୁ କୁଦିପଡିଥିଲେ। ସିଂହଟି ତାଙ୍କ ନିକଟକୁ ଆସିଥିଲା। ମହିଳା ତାକୁ ଚିଡାଇବାରୁ ଯାହା ହେଲା ଅନ୍ୟ ଜଣେ ଦର୍ଶକ ତାର ଭିଡିଓ ରେକର୍ଡିଂ କରିଛନ୍ତି। ମହିଳାଙ୍କୁ ପ୍ରାଣୀ ଉଦ୍ୟାନ କର୍ମଚାରୀ ସିଂହ ଖୁଆଡରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ହେଲେ ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ନାନା ଟିପ୍ପଣୀ ଦେଉଛନ୍ତି।

{"id":179218}

ମହିଳା ଖୁଆଡକୁ ଡେଇଁବା ମାତ୍ରେ ଆଫ୍ରିକାନ ଲାୟନଟି ତାଙ୍କ ଆଗରେ ଆସି ଛିଡା ହୋଇଯାଇଥିଲା। ସମ୍ମୁଖରେ ସିଂହକୁ ଦେଖି ଯୁବତୀ ହାତ ହଲେଇବା ସହ ତାକୁ ଚିଡେଇଥିଲେ। ହେଲେ ସିଂହଟି ତାଙ୍କର କିଛି କରିନଥିଲା। ବରଂ ଅଚାନକ ତାକୁ ବାଡ ସେପଟରୁ ଦେଖୁଥିବା ଜଣେ ତା ବାଡ ଭିତରେ ଦେଖି ଆଶ୍ଟର୍ଯ୍ୟ ହୋଇ ଚାହିଁ ରହିଥିଲା। ତେବେ  ଏ ସମ୍ପର୍କରେ ସୂଚନା ପାଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ସହ  ଖୁଆଡରୁ ଯୁବତୀଙ୍କୁ ବାହାର କରିଥିଲେ।

wp:html
/wp:html

ତେବେ ଏହି ସମୟର ଭିଡିଓ ରେକର୍ଡ କରିଥିବା ବ୍ୟକ୍ତି ଜଣକ ଏହାକୁ ସୋସାଲ ମିଡିଆରେ ଅପଲୋଡ କରିଦେଇଛନ୍ତି। ଯାହା ଏବେ ଭାଇରାଲ ହେବାକୁ ଲାଗିଥିବା ବେଳେ ଯୁବତୀଙ୍କୁ ଲୋକେ ନିର୍ବୋଧ ବୋଲି ଉଲ୍ଳେଖ କରୁଛନ୍ତି। ଘଟଣା ନେଇ ବ୍ରାନ୍ସ ଜୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ଯୁବତୀ ନିଜେ ବାଡ ଡେଇଁଥିବା ଉଲ୍ଲେଖ କରାଯାଇଥିବା ବେଳେ ଏଭଳି କାର୍ଯ୍ୟ ଯୋଗୁ ତାଙ୍କର ଜୀବନ ବି ଯାଇଥାନ୍ତା ବୋଲି  ଲେଖା ରହିଛି। ଯାହାକି ପ୍ରାଣୀ ଉଦ୍ୟାନ ନିୟମର କଡା ଉଲ୍ଲଂଘନ ବୋଲି ଉଦ୍ୟାନ କର୍ତ୍ତୃପକ୍ଷ ଚେତାଇ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.