ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖେ 'ଭୂତ', ସେକ୍ସ ପରେ ହୋଇଯାଏ ଅଦୃଶ୍ୟ

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦: ଆଜିକାଲି ସୋସିଆଲ ମିଡିଆରେ ଜଣେ ଗାୟିକା ଚର୍ଚ୍ଚାରେ। ଏହା ପୂର୍ବରୁ ସେ ଏକ ଭୂତର ପ୍ରେମରେ ପଡ଼ିଯାଇଥିବା ଦାବି କରିଥିଲେ। ଏବେ ସେ ଦାବି କରିଛନ୍ତି ଯେ ତାଙ୍କ ପ୍ରେମିକ ଭୂତ ଏବେ ତାଙ୍କୁ ମାରିବାକୁ ଚାହୁଁଛି।

{"width":632,"height":632}
woman with ghost lover

ସୂଚନା ଅନୁଯାୟୀ, ଇଂଲଣ୍ଡରେ ରହୁଥିବା ୩୮ ବର୍ଷିୟା ବ୍ରୋକାର୍ଡ ତାଙ୍କ ପ୍ରେମ କାହାଣୀ ଲୋକଙ୍କ ସହ ସେୟାର କରିଥିଲେ। ସେ କହିଥିଲେ, ଦିନେ ରାତିରେ ତାଙ୍କୁ ନିଦ ହେଉନଥିଲା। ତା’ପରେ ଏଡୱାର୍ଡୋ ନାମକ ଏକ ଭୂତ ତାଙ୍କ ପାଖକୁ ଆସିଥିଲା। ସେ ଜଣେ ସୈନିକ ଥିଲେ ଏବଂ ୩୫ ବର୍ଷ ବୟସରେ ତାର ମୃତ୍ୟୁ ହୋଇଥିଲା। ବ୍ରୋକର୍ଡ ଏଡୱାର୍ଡୋ ଭୂତକୁ ଭଲ ପାଉଥିଲେ। ସେବେଠାରୁ ଦୁହେଁ ରୋମାନ୍ସ ଆରମ୍ଭ କରିଥିଲେ। ବ୍ରୋକର୍ଡ ଦାବି କରିଛନ୍ତି ଯେ ସେ ଏକ ଭୂତ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କର ପ୍ରେମ ଭରା ସମ୍ପର୍କ ଏକ ଭୟଙ୍କର ରୂପ ନେଉଛି।

ବ୍ରୋକାର୍ଡ ଦାବି କରିଛନ୍ତି ଯେ ତାଙ୍କ ଭୂତ ପ୍ରେମିକ ତାଙ୍କୁ ଏତେ ଇଣ୍ଟେସ୍ ଅର୍ଗାଜିମ୍ ଫିଲ୍ କରାଉଛି ଯେ ତାଙ୍କ ନିଶ୍ୱାସ ଅଟକିଯାଉଛି। ତାଙ୍କୁ ଲାଗୁଛି ଯେ ସେ ଆଉ ଜୀବିତ ରହିବେ ନାହିଁ। ଏହି କାରଣରୁ, ବର୍ତ୍ତମାନ ମହିଳା ଜଣକ ନିଜ ଭୂତ ପ୍ରେମିକ ସହ ରୋମାନ୍ସ କରିବାକୁ ଭୟ କରୁଛନ୍ତି। ସେ କହିଛନ୍ତି, ତାଙ୍କ ଭୂତ ପ୍ରେମିକ ତାଙ୍କ ସହିତ ପ୍ରତିଦିନ ରାତିରେ ଶାରୀରିକ ସମ୍ପର୍କ ରଖୁଛି। ଏହି ସମୟ ମଧ୍ୟରେ ହେଉଥିବା ଏକ୍ସାଇଟମେଣ୍ଟ ବର୍ତ୍ତମାନ ତାଙ୍କୁ ଯେକୌଣସି ସମୟରେ ହତ୍ୟା କରିପାରେ ବୋଲି ସେ ଅନୁଭବ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣଙ୍କୁ ଭୂତ ପ୍ରେମିକକୁ ରୋମାନ୍ସ କରିବାକୁ ମନା କରିବାରୁ ସେ କ୍ରୋଧିତ ବି ହୋଇଯାଉଛି।

{"width":634,"height":634}
woman with ghost lover

ବ୍ରୋକର୍ଡ ଆହୁରି କହିଛନ୍ତି, ସେମାନଙ୍କର ରୋମାଣ୍ଟିକ ଜୀବନ ଭଲରେ ଚାଲିଥିଲା। କିନ୍ତୁ ଆଜିକାଲି ସେମାନଙ୍କ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଛି। ଏଡୱାର୍ଡୋ ଦ୍ୱାରା ପ୍ରାପ୍ତ ଅର୍ଗାଜିମ୍ ବ୍ରୋକର୍ଡ ପାଇଁ ଚରମ ହୋଇଯାଉଛି। ସେ ଏହି ଅନୁଭବକୁ ସହ୍ୟ କରିପାରୁ ନାହାଁନ୍ତି। ସେ କହିଛନ୍ତି ଯେ ଏପରି ଚରମ ସୁଖ ​​ତାଙ୍କ ମୃତ୍ୟୁନିକଟକୁ ନେଇପାରେ। ବ୍ରୋକର୍ଡ ଦାବି କରିଛନ୍ତି ଯେ ଏଡୱାର୍ଡୋ ଭୂତ ଜାଣିଶୁଣି ଏହା କରୁଛି ଯାହା ଦ୍ୱାରା ସେ ମରିଯାଇ ଭୂତ ହୋଇଯିବେ। କିନ୍ତୁ ବ୍ରୋକର୍ଡ ମରିବାକୁ ଚାହାଁନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.