Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୨୫ଲକ୍ଷ ଖର୍ଚ୍ଚ କରି ପତ୍ନୀଙ୍କୁ ପଢିବାକୁ ବିଦେଶ ପଠାଇଲେ ସର୍ଦ୍ଦାର, କାହାକୁ କିଛି ନ ଜଣାଇ ଅନ୍ୟକୁ ବିବାହ କଲେ ସର୍ଦ୍ଦାରନୀ

16/05/2019 at 6:42 PM

ମୋଗା, ପତ୍ନୀକୁ ପାଠ ପଢାଇବାକୁ କାନାଡା ପଠାଇଲେ ଜଣେ ପତି । ସେଠାରେ ତାଙ୍କର ପାଠପଢାର ସମସ୍ତ ଖର୍ଚ୍ଚ ବି ବହନ କଲେ। ହେଲେ ଧୋକା ଦେଲେ ପତ୍ନୀ। କାହାକୁ କିଛି ନ ଜଣାଇ ଅନ୍ୟ ଜଣକୁ ବିବାହ କରି ନୂଆ ଘର ଶଂଶାର ବସାଇଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ମୋଗାରେ। ଏଠାକାର ବାସିନ୍ଦା ଯଶପ୍ରୀତ ସିଂହ ୧ ମାର୍ଚ୍ଚ ୨୦୧୧ ରେ ଲୁଧିଆନାରେ ବିବାହ କରିଥିଲେ। ବିବାହର ୬ ମାସ ପରେ ଉଚ୍ଚ ଶିକ୍ଷା ନିମନ୍ତେ ପତ୍ନୀଙ୍କୁ କାନାଡା ପଠାଇଥିଲେ ଯଶପ୍ରୀତ । ସେଠାରେ ତାଙ୍କ ପତ୍ନୀ  ୪ ବର୍ଷ ରହି ପାଠ ପଢିଲେ। ଏଥିପାଇଁ ଯଶପ୍ରୀତ ପାଠପଢାର ସମସ୍ତ  ଖର୍ଚ୍ଚ ବହନ କଲେ। ୨୦୧୫ରେ ତାଙ୍କ ପତ୍ନୀ ପଞ୍ଜାବ ଫେରିଲେ। ତେବେ ସେ ଯଶପ୍ରୀତଙ୍କ ଘରକୁ ନ ଯାଇ ନିଜ ପିତ୍ରାଳୟ ଲୁଧିଆନା ଚାଲିଗଲେ।  ସେଠାରେ ୨୦୧୫ ମସିହା ନଭେମ୍ବର ୨୯ ତାରିଖରେ କାହାକୁ କିଛି ନ ଜଣାଇ ରାମପୁରର ଜନୈକ ଯୁବକଙ୍କୁ ବିବାହ କରି କାନାଡା ଚାଲିଗଲେ ଓ ସେଠାରେ ସେଟେଲ ହୋଇଗଲେ।

ଘଟଣା ସମ୍ପର୍କରେ ଯଶପ୍ରୀତ ଜାଣିବା ବେଳକୁ ବିଳମ୍ବ ହୋଇସାରିଥିଲା। ଯଶପ୍ରୀତଙ୍କ ବିବାହ ବେଳେ କଥା ଛିଡିଥିଲା ଯେ ସେ ବିବାହ କରୁଥିବା ଯୁବତୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ କାନାଡା ପଠାଇବେ। ପାଠପଢା ସରିଲେ ଯଶପ୍ରୀତକୁ ନେଇ ସେଠାରେ ସେଟେଲ ହୋଇଯିବେ। ଏଥିପାଇଁ ଯଶପ୍ରୀତଙ୍କ ପରିବାର ଯୁବତୀଙ୍କ ପାଠପଢା ପାଇଁ ୨୫ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ କରିଛନ୍ତି। ହେଲେ  ସେ ଯଶପ୍ରୀତଙ୍କୁ ଧୋକା ଦେଇ ଅନ୍ୟ ଜଣକୁ ବିବାହ କରି କାନାଡାରେ ସେଟେଲ ହୋଇଯାଇଛନ୍ତି। ଏ ନେଇ ଯଶପ୍ରୀତଙ୍କ ପରିବାର ଲୋକେ ପୋଲିସର ଆଶ୍ରୟ ନେଇଛନ୍ତି। ପୋଲିସ ମାମଲାର ତଦନ୍ତ କରି ଯଶପ୍ରୀତଙ୍କ ପତ୍ନୀ, ତାଙ୍କ ପରିବାର ଓ ଅନ୍ୟଜଣଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୩୪ ଓ ଭିସା ଆକ୍ଟରେ ଏକ ମୋକଦ୍ଦମା ରୁଜୁ କରିଛି।

ମାମଲାରେ ପୋଲିସ ଅଭିଯୁକ୍ତ ଯୁବତୀଙ୍କ ପିତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କ ଗିରଫଦାରୀ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ତେବେ ସେମାନେ ବିଦେଶ ଚାଲିଯାଇଥିବାରୁ ଗିରଫଦାରୀ ନିମନ୍ତେ ପୋଲିସ ଗୃହ ମନ୍ତ୍ରାଳୟକୁ ନିବେଦନ କରିଛି । ଏ ନେଇ ମଞ୍ଜୁରି ମିଳିବା ପରେ ପୋଲିସ କାନାଡା ଯାଇ ଯୁବତୀ ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

   Related Posts