ଝିଅର ବାହାଘର ଦିନ ଟେଣ୍ଟ ହାଉସ୍ ମାଲିକ ଖୋଲି ନେଲେ ଜିନିଷ – ପହଞ୍ଚିଲେ ପ୍ରଥମ ପତି , ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | November 28, 2019 IST

ଭୁବନେଶ୍ୱର  ୨୮।୧୧ -  ପାଣିପାଗ ଭଳି ହଠାତ ବଦଳିଗଲା ବାହାଘରର ବାତାବରଣ।  ଝିଅର ବାହାଘର ପାଇଁ ବାଜ ସହ ନାଚ ଗୀତ ଚାଲିଥିବା ବେଳେ ହଠାତ୍‌ ଘଟିଥିଲା ଏକ ଅଜବ ଘଟଣା । ପ୍ରଥମ ପତି  ବିବାହ ପ୍ରମାଣ ପତ୍ର ସହ ଝିଅ ଘରେ ପହଞ୍ଚିଥିଲେ । ଝିଅ ଘରର ବିରୋଧ ସତ୍ତ୍ୱେ ସେଠାରୁ ତାଙ୍କ ପତ୍ନୀଙ୍କୁ ନେବା ପାଇଁ ଜିଦ୍‌ କରିଥିଲେ । ଏହା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା ।  ଭୁବନେଶ୍ବରରେ  ନୟାପଲ୍ଲୀରେ ପୋଲିସ  ବାହାଘରକୁ  ବନ୍ଦ କରିବାପାଇଁ ନିର୍ଦେଶ ଦେଇଛି ।  କାରଣ ଥିଲା ବର ରୋଷଣୀ କରି ପହଞ୍ଚିବା ପୂର୍ବରୁ ହଠାତ ଆବିର୍ଭାବ ହୋଇଥିଲେ ଜଣେ ଯୁବକ। ଆଉ ଦାବି କରିଥିଲେ ବାହା ହେଉଥିବା କନିଆଁ ତାଙ୍କର ବୋଲି। 

{"id":191164,"sizeSlug":"large"}

ଗତ କାଲି ଥିଲା  ମଙ୍ଗନ ଆଜି ହୋଇଥାନ୍ତା ବାହାଘର। ସାଜସଜ୍ଜା ସରିଥିଲା ଘର ଆଗରେ ଗେଟ୍  ଫୁଲ ଟଙ୍ଗା ହୋଇଥିଲା।   ନୟାପଲ୍ଲୀ  ଥାନା  ଆଇଆରସି ଭିଲେଜର ଭିଆଇପି କଲୋନିର ଗୋଟିଏ ଘରେ ବାହାଘର ପାଇଁ ସାଜସଜ୍ଜା ହୋଇଥିଲା ।  ଆଜିକାଲିର ମେହେନ୍ଦି  କରାଯାଉଥିବା ସହ  ନାଚଗୀତ  ବି ଚାଲିଥିଲା।  ହଠାତ ବାହାଘର ବେଦୀ ପାଖରେ ପହଁଚିଥିଲେ ଅନୁଗୁଳ ଅଞ୍ଚଳର ରାକେଶ ବାରିକ ନାମକ ଯୁବକ ।

{"id":191166,"sizeSlug":"large"}

  ହାତରେ ଥିଲା ବିବାହର ପ୍ରମାଣପତ୍ର ।   ଯେଉଁ  ଯୁବତୀ ବିଦେଶରେ ଚାକିରୀ କରିଥିବା ଯୁବକଙ୍କୁ ବାହାହେବାକୁ ଯାଉଛନ୍ତି   ସେ କୁଆଡେ ତାଙ୍କର ପତ୍ନୀ ବୋଲି ସେ ଦାବି କରିଥିଲେ।  ଯୁବତୀଙ୍କୁ  ରାକେଶ  କୋର୍ଟରେ ବିବାହ କରିଥିବାର କାଗଜ ଦେଖାଇଥିଲେ ।  ଏପରିକି ଦୁଇଜଣ ଝିଅର ପରିବାରଙ୍କ ସହମତି ଅନୁସାରେ ଏକତ୍ର ରହିଆସୁଥିଲେ ବୋଲି କହିଛନ୍ତି ।   କିନ୍ତୁ କେଉଁ କାରଣ ପାଇଁ ଝିଅ କୁ ପରିବାର ଲୋକେ ଅନ୍ୟତ୍ର ବିବାହ କରିଦେଉଛନ୍ତି ତାର ସୁରାକ ମଧ୍ୟ ରାକେଶ ପାଇନଥିଲେ ବୋଲି କହିଥିଲେ ।

{"id":191167,"sizeSlug":"large"}

ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା ନୟାପଲ୍ଲୀ ପୋଲିସ ।  ପୁଅ ପାଖରୁ ସମସ୍ତ କାଗଜପତ୍ର ଓ ମ୍ୟାରେଜ ସାର୍ଟିଫିକେଟ ଦେଖିବା ପରେ ଝିଅ ଘରକୁ ବାହାଘର ବନ୍ଦ ରଖିବାକୁ ପୋଲିସ ପରାମର୍ଶ ଦେବା ସହିତ ପୁଅକୁ ବୁଝାସୁଝା କରି ସେଠାରୁ ହଟାଇଥିଲେ । କିନ୍ତୁ ରାକେଶଙ୍କ ଏକାଜିଦି ଯୁବତୀ ତାଙ୍କର ପତ୍ନୀ ତେଣୁ ସେ ତାଙ୍କୁ ନେଇକି ଯିବେ। 

{"id":191168,"sizeSlug":"large"}

ବାହାଘର ପ୍ରମାଣ ପତ୍ରରେ ପୁଅ ସହିତ ଆହୁରୀ ତିନିଜଣ ସାକ୍ଷୀ ମଧ୍ୟ ରହିଛନ୍ତି ।  ଏହି ଘଟଣା ପରେ ଟେଣ୍ଟ ହାଉସ ତାର ସମସ୍ତ ଜିନିଷ ଖୋଲି ସେଠାରୁ ହଟାଇବା ଆରମ୍ଭ କରିଛି ।  ଅନ୍ୟପଟେ ରାକେଶ ଅନୁଗୁଳ କୋର୍ଟରେ ନିଜ ସ୍ତ୍ରୀକୁ ଫେରାଇନେବା ପାଇଁ ଆବେଦନ କରିଥିବା ସୁଚନା ମିଳିଛି । ତେବେ ପୁର୍ବରୁ କୋର୍ଟରେ ବିବାହ କରିଥିବା ଯୁବତୀ ଜଣକ ଅନ୍ୟ ସହିତ ବିବାହ କରିବାକୁ ରାଜିହେଲେ କିପରି ।  ନା ପରିବାର ଲୋକେ ଝିଅକୁ ବାହାହେବାକୁ ଜୋର ଜବରଦସ୍ତ କରୁଛନ୍ତି ତାହା ପୋଲିସର ଅନୁସନ୍ଧାନ ପରେ ଜଣା ପଡିବ। ଓ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.