ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କୁ ପ୍ରତାରଣା : ନା ମାନେ ନା

Published By : Prameya-News7 Bureau | June 26, 2018 IST

ପୁର୍ବିତଟ ରେଳବାଇ ରେ ଏସି, ଟିଏଲ ବିଭାଗର ମହିଳା କର୍ମଚାରୀ ମଧୁସ୍ମିତା ପ୍ରଧାନଙ୍କ ଅାତ୍ମହତ୍ୟାର କାଣର ଖୋଜୁଛି ରେଳବାଇ ପୋଲିସ। କାହିକି ଓ କେଉଁ ପରିପ୍ରେକ୍ଷୀରେ ବିଧବା ମହିଳା ଜଣକ ଅାତ୍ମହତ୍ୟା କଲେ । ସୁଇ ସାଇଡାଲ ନୋଟ ଅାଧାର କରି ତଦନ୍ତ ଚଳାଇଛି ରେଳବାଇ ପୋଲିସ। କାହିକି ଅାତ୍ମ ହତ୍ୟା କଲେ ମହିଳା ରେଳ କର୍ମଚାରି ମଧୁସ୍ମିତା ପ୍ରଧାନ? ପୁର୍ବତଟ ରେଳବାଇ କୋଚିଙ୍ଗ ଡିପୋରେ ଏସି, ଟିଏଲ ବିଭାଗର ହେଲପର ଭାବେ କାମ କରୁଥିବ ବିଧବା ମହିଳା କର୍ମଚାରୀ ମଧୁସ୍ମିତା ପ୍ରଧାନଙ୍କ ଅାତ୍ମହତ୍ୟ କରିବାକୁ କିଏ ବାଧ୍ୟକଲା? ଗତ ୨୨ ତାରିଖରେ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ରାଉରକେଲା ଇଣ୍ଟର ସିଟି ଟ୍ରେନ ଅାଗକୁ ଡେଇଁ ଅାତ୍ମହତ୍ୟୃ କରିଥିଲେ ମଧୁସ୍ମିତା। ତାଙ୍କ ପାଖରୁ ଜବତ ହୋଇଥବା ସୁଇ ସାଇଡାଲ ନୋଟରେ ରୁଦ୍ରପ୍ରସାଦ ପରିଜା ଓରଫ ବାପି ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଦାୟି କରିଛନ୍ତି। ତାଙ୍କ ଅଫିସରେ ରୁଦ୍ରପ୍ରସାଦ ପରିଜା ଅଫିସ ସୁପରିଟେଣ୍ଡେଣ୍ଟ କାମ କରନ୍ତି। ବିବାହର ପ୍ରଲୋଭନ ଦେଖାଇ ପରେ ବିଧବା ମଧୁସ୍କିତାଙ୍କସହ ସହ ସଂପର୍କ ରଖିଥିଲେ ଯୁବକ ଜଣକ।। ହେଲେ ଗର୍ଭବତୀ ହେବା ପରେ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ଦେଲେ ନିର୍ଯାତନା । ଆଉ ଏଥିରେ ଭାଙ୍ଗି ପଡି ଆତ୍ମହତ୍ୟାର ବାଟ ବାଛିନେଇଥିବା ସନ୍ଦେହ କରୁଛି ପୋଲିସ। ସୁଇସାଇଡ୍ ନୋଟ୍ ଜବତ ହେବା ପରେ ଆତ୍ମହତ୍ୟାର କାରଣ ଜଣାପଡିଛି । ଗତ ଶୁକ୍ରବାର ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ୍ ଆଗକୁ ଡେଇଁ ମଧୁସ୍ମିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ତାଙ୍କ ଦୁଇଟି ଗୋଡ କଟି ଯାଇଥିଲା । ଏହି ଘଟଣା ସାମ୍ମାକୁ ଅାସିବା ନ୍ୟୁଜ୭ ରେ ଖବର ପ୍ରସାରଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତଜିଆରପି ପୁଲିସ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମଧୁସ୍ମିତାଙ୍କ ପାଖରୁ ପୋଲିସ ଗୋଟିଏ ସୁଇସାଇଡାଲ୍ ନୋଟ୍ ଜବତ କରିଛି । ଏହି ଘଟଣାରେ ରେ ଜିଅାରପି ପୋଲିସ ତଦନ୍ତ ଚଳାଇଛି।ମୃତକଙ୍କ ସମ୍ପର୍କୀୟ ଲୋକ ଅାସିବା ପରେ ରେଲ ଷ୍ଟେସନ ନିକଟ ରେଲଓ୍ବେ କଲୋନୀର EL 31-Aରେ ଖୋଲି ଖାନତଲାସ କରାଯିବ। ଏହା ସହ ମୋବା୍ଇଲ କଲ ରେକଡର୍ର୍ ସହ ଯାଞ୍ଚ କରି କରି ଅଧିକ ତଥ୍ୟ ସାମ୍ନାକୁ ଅାଣିବ।ବାପି ବାବୁ ନାମକ ଜଣେ ଯୁବକଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡାଲ୍ ନୋଟ୍ ରେ ଲେଖାଅଛି । କିନ୍ତୁ ବାପି ନାମକ ଯୁବକଙ୍କୁ ପୋଲିସ ଖୋଜି ପାଇନି । ସ୍ବାମୀଙ୍କ ମୃତ୍ୟୁ ପରେ ମଧୁସ୍ମିତାଙ୍କୁ ରେଳ ବିଭାଗରେ ଚାକିରୀ ମିଳିଥିଲା ତେବେ ବିଧବା ମହିଳା ଙ୍କ ଅାତ୍ମହତ୍ୟାର କାରଣ ଖୋଜି ବିଧବା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ଅାଶା। ଏଭଳି ସ୍ପର୍ଶ ଘଟଣାରେ ରେଳବାଇ ପୋଲିସ ତଦନ୍ତ କରିବାକୁ ଘଟଣା ଫର୍ଦାାସ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.