Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଡାକ୍ତରଖାନାକୁ ସର୍ଜରୀ କରିବାକୁ ଯାଇଥିଲେ ମହିଳା : କାନ୍ଦିବାରୁ ଦେବାକୁ ପଡିଲା ଅଧିକ ଚାର୍ଜ..

2/10/2021 at 11:35 AM

ନୂଆଦିଲ୍ଲୀ ୦୨/୧୦ ସାଧାରଣତଃ ହସ୍ପିଟାଲ ଯିବା ଅନେକ ଲୋକ ଇଚ୍ଚା କରନ୍ତି ନାହିଁ ବା ସିରିଞ୍ଜ, ଛୁଞ୍ଚି ଦେଖିଲେ ଅନେକ ଲୋକ ଡରିଯାଇଥାନ୍ତି । ଏମିତିକି ପିଲାଦିନେ ଇଞ୍ଜେକ୍ସନ ଦେବାବେଳେ ପ୍ରାୟ ପ୍ରତ୍ୟେକ ପିଲାଙ୍କୁ କାନ୍ଦି ଥାନ୍ତି । ଅନେକ ଲୋକ କୌଣସି ସର୍ଜରୀ ସମୟରେ ଏହାକୁ ଦେଖି ଅନେକ କାନ୍ଦିପକାଇଥାନ୍ତି । ହେଲେ କେବେ ଶୁଣିଛନ୍ତି ଏଭଳି କାନ୍ଦିବା ଯୋଗୁଁ ହସ୍ପିଟାଲରେ ଅଧିକ ଚାର୍ଜ ଦେବା କଥା । ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି ପରେ ଯାହା ହେଲା ଏହି ଘଟଣା ତାଙ୍କୁ ସ୍ତବ୍ଧ କରିଦେଇଛି, । ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏଭଳି ଏକ ଘଟଣା ଘଟିଛି ଆମେରିକାର ଜଣେ ମହିଳାଙ୍କ ସହ । ନିକଟରେ ମିଜ୍ ନାମକ ଜଣେ ମହିଳା ତାଙ୍କ ହସ୍ପିଟାଲ୍ ବିଲ୍ ଟ୍ୱିଟରରେ ସେୟାର କରିଥିଲେ, ଯେଉଁଥିରେ ସେ ଦାବି କରିଥିଲେ ଯେ ହସ୍ପିଟାଲରେ କାନ୍ଦିବା ପାଇଁ ତାଙ୍କଠାରୁ ଟଙ୍କା ନିଆଯାଇଥିଲା ।

ଘଟଣା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ଶରୀରରେ ଥିବା କଳାଜାଇର ସର୍ଜରୀରେ ଖର୍ଚ୍ଚ ହୋଇଥିବା ବିଲ୍ କୁ ଇଣ୍ଟରନେଟରେ ଅପଲୋଡ କରିଥିଲେ । ଯେଉଁଥିରେ ହସ୍ପିଟାଲର ଚାର୍ଜ ସହ ଏକ ଅଲଗା ଚାର୍ଜ ଲଗାଯାଇଥିବା ଦେଖାଯାଇଛି । ଆଉ ତାଙ୍କର ଏହି ଟ୍ୱିଟ ଭାଇରାଲ ମଧ୍ୟ ହେଉଛି । ଫଟୋରେ ଥିବା ବିଲ୍ ରେ ଦେଖାଯାଉଛି ଯେ ମହିଳାଙ୍କ ସର୍ଜରୀ ସମୟରେ କାନ୍ଦିବାକୁ ଦର୍ଶାଇ କି ୧୧ ଡଲାର(ପ୍ରାୟ ୮୧୭ଟଙ୍କା) ଚାର୍ଜ କରାଯାଇଛି । ତେବେ ଏହାକୁ ନେଇ ଅନେକ ଲୋକ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

   Related Posts