ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସ୍ତ୍ରୀ

Published By : Prameya-News7 Bureau | June 03, 2019 IST

ଭୁବନେଶ୍ୱର ୩/୬ : ଆଜି ଜ୍ୟୋଷ୍ଠ ଅମାବାସ୍ୟା । ଆଜିର ଦିନରେ ପାଳନ କରାଯାଏ ସାବିତ୍ରୀ ଅମାବାସ୍ୟା । ଶଙ୍ଖ ସିନ୍ଦୁର ସୁରକ୍ଷିତ ରହୁ, ସ୍ୱାମୀ ଦୀର୍ଘାୟୁ ଓ ନିରୋଗୀ ରୁହନ୍ତୁ, ଏହିଭଳି କାମନା କରି ଆଜି ସ୍ତ୍ରୀମାନେ ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ଠାକୁରଙ୍କ ନିକଟରେ ଫଳମୂଳ ନୈବେଦ୍ୟ ସହ ଶାଢ଼ୀ ଦେବାର ପରମ୍ପରା ରହିଛି । ସକାଳୁ ସକାଳୁ ମନ୍ଦିରରେ ଶ୍ରୀମତୀମାନଙ୍କ ଭିଡ ଜମିଛି । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପ୍ରଭୁଙ୍କ ଦରବାରରେ ପହଂଚିଛନ୍ତି ଶ୍ରୀମତୀ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଅଳତା ପିନ୍ଧି ଶ୍ରୀମତୀମାନେ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ଓପାସ ବ୍ରତ କରି ଶ୍ରୀମତିମାନେ ପୂଜାର୍ଚ୍ଚନ କରୁଛନ୍ତି ।

{"id":119011,"width":585,"height":540}

ସାବିତ୍ରୀ ପୂଜା ପାଇଁ ଗାଁଠୁ ସହର ସବୁଠି ବ୍ୟାପକ ଆୟୋଜନ କରାଯାଇଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଥିବା କେଦାରଗୌରୀ, ଜଳେଶ୍ବରଙ୍କ ପୀଠରେ ଥିବା ସାବିତ୍ରୀ ମନ୍ଦିର, ଯାଜପୁରର ବିରଜାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

{"id":119012,"width":582,"height":533}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.