ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନକାରୀ ପାଳିଲେ ମାଣବସା ଗୁରୁବାର
13/12/2018 at 6:18 PM

ଭୁବନେଶ୍ବର୧୩|୧୨:ରାଜରାସ୍ତାରେ ମାଣବସା ଗୁରୁବାର ପାଳିଲେ ଆନ୍ଦୋଳନକାରୀ। ହୁଳ,ହୁଳିରେ ପ୍ରକମ୍ପିତ ହେଲା ଲୋୟର ପିଏମଜି। ଦାବି ପୁରଣ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଦିର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିବା ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାର୍କରସ ଆସୋସିଏସନ ଓ ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ଲୋୟର ପିଏମଜିରେ ମାଣବସା ଗୁରୁବାର ପାଳି ଅଭିନବ ପ୍ରତିବାଦ କରାଯାଇଛି। ବିଧାନସଭାବନ୍ଦ ହୋଇଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଦାବି ପୁରଣ ନହେବା ପର୍ଯ୍ୟନ୍ତିଆନ୍ଦୋଳନ ଜାରି ରଖିବାକୁ ଚେତାବନି ଦଆଯାଇଛି।