୮ ଯୋଡା ଜିନ୍ସ ପ୍ୟାଣ୍ଟ ଗୋଟାକ ଉପରେ ଗୋଟିଏ ପିନ୍ଧି ଚୋରି କରୁଥିବା ବେଳେ ଧରା ପଡିଲେ ମହିଳା
22/11/2019 at 4:09 PM

ଭେନେଜୁଆଲା – ସାଧାରଣତଃ ଲୋକ ୨ଟି ପ୍ୟାଣ୍ଟ ପିନ୍ଧି ବା କଷ୍ଟ । ଗୋଟିଏ ଉପରେ ଆଉ ଗୋଟିଏ ପ୍ୟାଣ୍ଟ ପିନ୍ଧିଲେ କଷ୍ଟ ଲାଗେ । ହେଲେ ଏବେ ସୋସିଆଲ୍ ମିଡିଆରେ ଜଣେ ମହିଳା ଏକ ଶୋ ରୁମ୍ରୁ ୮ଟି ପ୍ୟାଣ୍ଟ ଚୋରି କରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏହି ଘଟଣା ଭେନେଜୁଆଲାରେ ଘଟିଛି ।

ଏହି ମହିଳା ଜଣକ ଦୋକାନ ଛାଡିବା ବେଳେକୁ ଧରା ପଡିଥିଲେ। ଏହି ଭିଡିଓ ଭାଇରାଲ୍ ହେବାପରେ ଲୋକମାନେ ମହିଳା ଜଣଙ୍କୁ ଜଣେ ମ୍ୟାଜିସିଆନ୍ ବା ଯାଦୁଗର ସହ ତୁଳନା କରିଛନ୍ତି । ଏହାପରେ ତାଙ୍କୁ ସୁରକ୍ଷା କର୍ମୀମାନେ ସମସ୍ତ ପ୍ୟାଣ୍ଟ କାଢି ଦେଇ ଦେବା ପାଇଁ କହିଥିଲେ । ସେମାନେ ଗୋଟିକ ପରେ ଗୋଟିଏ ପ୍ୟାଣ୍ଟ କାଢିବା ସମୟରେ ଗଣତି କରିଥିଲେ । ସୋ ମୋଟ୍ ୮ଟି ପ୍ୟାଣ୍ଟ ଚୋରି କରି ନେଉଥିବା ଜଣା ପଡିଥିଲା । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓର ଲିଙ୍କ ତଳେ ଦିଆଯାଇଛି ।
Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021