Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚଷମା ଧରାଇଲା ପ୍ରେମିକର ମିଛ, ରେଷ୍ଟୋରାଣ୍ଟରେ ପ୍ରେମିକା ସାମ୍ନାରେ ବସି କରୁଥିଲା ଏମିତି କାମ

23/01/2021 at 4:10 PM

ନୂଆଦିଲ୍ଲୀ ୨୩/୦୧: ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଦୈନନ୍ଦିଦ ଜୀବନରେ ଏବେ ଇଣ୍ଟରନେଟ୍‌ ଏକ ଅଙ୍ଗ ଭାବେ କାର୍ଯ୍ୟ କରୁଛି। ଇଣ୍ଟରନେଟ୍‌ ବିନା ଲୋକେ ନିଜକୁ ଅଧୁରା ବୋଲି ଭାବୁଛନ୍ତି। ଇଣ୍ଟରନେଟ୍‌ ଯୋଗୁ ସବୁ କିଛି ସହଜ ହୋଇଛି। ରାସନ୍‌ ସାମଗ୍ରି କିଣିବା ପାଖରୁ ନିଜ ଜୀବନସାଥି ବାଛିବା ଯାଏଁ ସବୁ ଗୋଟିଏ କ୍ଲିକ୍‌​‌ରେ ସମ୍ଭବ। ମୋବାଇଲ୍‌ରେ ବିଭିନ୍ନ ଆପ୍‌ ମଧ୍ୟ ଉପଲବ୍ଧ ଅଛି। ଟିଣ୍ଡର ଭଳି ଅନେକ୍ ଡେଟିଂ ଆପ୍‌ ମଧ୍ୟ ଲୋକେ ବ୍ୟବହାର କରୁଛନ୍ତ। ଏହି ସବୁ ଆପ୍‌ ମାଧ୍ୟମରେ ଲୋକେ ନିଜ ମନପସନ୍ଦର ସାଥିଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ଆଉ ପାଉଛନ୍ତି ।

କିନ୍ତୁ ଜଣଙ୍କ ସହ ଡେଟ୍‌ରେ ଯାଇ ଆଉ କାହା ସହ ଡେଟିଂ କରିବା ନିଆତି ଭାବେ ମହଙ୍ଗା ସାବ୍ୟସ୍ତ ହେବ । ସେମିତି ଏକ ଖବର ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଯୁବତୀ ଯୁବକଙ୍କ ସହ ଡେଟ୍‌ରେ ଯାଇଥିବା ବେଳେ କିଛି ଏଭଳି ଘଟିଛି। ଯୁବକ ଜଣଙ୍କ ରେଷ୍ଟୋରାଣ୍ଟରେ ବସିଥିବା ବେଳେ ଅନ୍ୟ ଯୁବତୀମାନଙ୍କ ସହ ଡେଟିଂ କରୁଥିଲେ। ମୋବାଇଲ୍‌ରେ ଯୁବକ ଜଣଙ୍କ ବ୍ୟସ୍ତ ଥିବା ବେଳେ ଏହି ସବୁ ସେ ପିନ୍ଧିଥିବା ଚଷମାରେ ପ୍ରତିଫଳିତ ହୋଇଥିଲା। ଯୁବକଙ୍କ ଚଷମାରୁ ସାମ୍ନା​ରେ ବସିଥିବା ଯୁବତୀ ସବୁ କିଛି ଦେଖିପାରିଥିଲେ। ସେ ଯାହାକୁ ଭରସା କରି ଡେଟ୍‌ରେ ଯାଇଥିଲେ ସେ କିନ୍ତୁ ଅନ୍ୟମାନଙ୍କୁ ଡେଟିଂ କରୁଛନ୍ତି।

ଏନେଇ ଯୁବତୀଜଣଙ୍କ ଏକ ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଯେଉଥିରେ ଜଣେ ଯୁବକ କଳା ଜ୍ୟାକେଟ ପିନ୍ଧିଥିବା ବେଳେ ଚଷମା ଲଗାଇଛନ୍ତ। କିନ୍ତୁ ହାତରେ ଫୋନ୍‌ ଧରି କିଛି ସର୍ଚ୍ଚ କରୁଛନ୍ତି। ଏ ସମସ୍ତ ଘଟଣା କିନ୍ତୁ ତାଙ୍କ ଚଷମାରେ ପ୍ରତିଫଳିତ ହେଉଛି। ଭିଡିଓଟି ୟୁଟ୍ୟୁବ୍‌ରେ ପୋଷ୍ଟ କରାଯାଇଥିବା ବେଳେ ଏହାକୁ ଏବେ ସୁଦ୍ଧା ସାଢ଼େ ଚାରି ଲକ୍ଷ ଭିଉ ମିଳିସାରିଛି। ଏହା ସହ ୧୬୦୦ କମେଣ୍ଟ ମିଳିଛି।

ଭିଡିଓ ଦେଖିବା ପରେ ଲୋକେ ଯୁବକଙ୍କୁ ଗାଳି କରୁଥିବା ବେଳେ ମହିଳାଙ୍କ ସପକ୍ଷରେ କମେଣ୍ଟ କରୁଛନ୍ତି। କିଛି ୟୁଜର ଯୁବତୀଙ୍କୁ ସଙ୍ଗେସଙ୍ଗେ ସେ ସ୍ଥାନରୁ ପଳାଇ ଆସିବାର ଥିଲା ବୋଲି କହୁଥିବା ବେଳେ ଆଉ କିଛି ୟୁଜର ଯୁବକଙ୍କୁ ଏନେଇ ତାଗିଦ କରିବାକୁ ଯୁବତୀଙ୍କୁ ଟିପ୍ସ ଦେଇଛନ୍ତି। ସେ ଯାହା ହେଉ ଏନେଇ କୌଣସି ଅପ୍‌ଡେଟ୍‌ ମିଳିପାରି ନାହିଁ।

   Related Posts