୬ ଦିନର ଶିଶୁକୁ ବ୍ୟାଗ୍‌ରେ ଲୁଚାଇ ନେବାବେଳେ ଏୟାରପୋର୍ଟରେ ମହିଳାଙ୍କୁ ଗିରଫ କଲା ପୋଲିସ୍…

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: ଆମେରିକାର ଜଣେ ମହିଳା ୬ ଦିନର ଶିଶୁକୁ ବ୍ୟାଗରେ ଭର୍ତ୍ତକରି ଫିଲିପିନ୍‌ସରୁ ବାହାରକୁ ନେଉଥିବା ବେଳେ ମାନିଲା ଏୟାରପୋର୍ଟରେ ତାଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଉପରେ ହ୍ୟୁମାନ ଟ୍ରାଫିକିଂ( ମଣିଷ ଚୋରୀ) ମକଦ୍ଦମା କରାଯାଇଛି।

{"id":153979}

ଫିଲିପିନ୍‌ସର ଅଧିକାରୀ କହିଛନ୍ତି ଯେ, ଏରିନ୍ ଟେଲିବଟ୍‌ ନାମକ ଜଣେ ମହିଳା ଇମିଗ୍ରେସନ କାଉଣ୍ଟର ନିକଟରୁ ପିଲାକୁ ନେଇ ଯାଇଥିଲେ। ହେଲେ ବୋର୍ଡିଂ ଗେଟ୍ ନିକଟରେ ସେ ଧରା ପଡିଥିଲେ। ବୋର୍ଡିଂ ଗେଟରେ ଯାଞ୍ଚ ହେବା ସମୟରେ ଶିଶୁଟିର ବୋର୍ଡିଂ ପାସ, ପାସପୋର୍ଟ ଓ ସରକାରୀ ପରମିଟ୍ ନଥିବାରୁ ମହିଳାଙ୍କୁ ସନ୍ଦେହକରି ପୋଲିସ ଗିରଫ କରିଥିଲା।

{"id":153980}

୪୩ ବର୍ଷ ବୟସ୍କା ଟେଲିବଟ୍‌ଙ୍କ ପ୍ରମାଣପତ୍ର ଦେଖିବା ପରେ ଜଣାପଡ଼ିଥିଲା ଯେ ସେ ଆମେରିକାର ଉଟାରେ ରହନ୍ତି। ଗରିଫ ହେବା ପରଠାରୁ ମହିଳା କାନ୍ଦୁଛନ୍ତି। କୌଣସି ପ୍ରଶ୍ନରେ ସେ ଉତ୍ତର ଦେଉନାହାନ୍ତି। ତାଙ୍କୁ କୌଣସି ପ୍ରଶ୍ନ ପଚାରିଲେ ସେ ମୁଣ୍ଡ ହଲାଇ ଇଶାରା ଦେବା ବ୍ୟତୀତ ଆଉ କିଛି କହୁନାହାନ୍ତି ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.