Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଗାଁକୁ ନାହିଁ ରାସ୍ତା, ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ : ପ୍ରସୂତୀଙ୍କୁ କାନ୍ଧରେ ବୋହି ୪ କି.ମି. ଚାଲିଲେ ମହିଳା

31/12/2020 at 9:31 AM

ଜୟପୁର ୩୧।୧୨: ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ । ପ୍ରସୂତୀଙ୍କୁ କାନ୍ଧରେ ବୋହି ୪ କିଲୋମିଟର ଚାଲିଲେ ମହିଳା । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ବିଜାଘାଟିପଞ୍ଚାୟତ ତଳଗଡ଼ତି ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଗାଁକୁ ଭଲ ରାସ୍ତା ନଥିବାରୁ ୪ କିଲୋମିଟର ଦୂର ଦାମନଯୋଡ଼ି ସାଉଥ ବ୍ଲକ୍ ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଗୋଟିଏ ପଟେ ପ୍ରସୂତୀଙ୍କ ଯନ୍ତ୍ରଣା ଆଉ ଅନ୍ୟପଟେ ଆମ୍ବୁଲାନ୍ସ ଅଟକି ଯିବା ପରେ ଗାଁର କିଛି ମହିଳା ଏହାକୁ ସହ୍ୟ କରିପାରିନଥିଲେ । ଆଉ ସମସ୍ତେ ମିଶି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ମାଥଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

   Related Posts