କନ୍ଧମାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା : ଆମ୍ବୁଲାନ୍ସ ନ ଆସିବାରୁ ଦୋଳାରେ ବୁହାହେଲେ ପ୍ରସୁତି

Published By : Prameya-News7 Bureau | August 12, 2019 IST

କନ୍ଧମାଳ ୧୨/୮: କନ୍ଧମାଳରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଲାଗିଛି। ଅନେକ ଗାଁକୁ ରାସ୍ତା ନଥିବାରୁ ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ ଯାଇପାରୁନି। ବିଭିନ୍ନ ସମୟରେ ପ୍ରସୁତି ମହିଳା ଓ ରୋଗୀଙ୍କୁ ଚିକିତ୍ସା ପାଇଁ ଦୋଳାରେ ବୋହି ନେବାକୁ ପଡୁଛି। ଅନେକ ସମୟରେ ପ୍ରସୁତି ମହିଳା ବିପଦ ସଂକୁଳ ଅବସ୍ଥାରେ ବାଟରେ ପ୍ରସବ କରୁଥିବା ଦେଖିବାକୁ ମିଳୁଛି।

ପୁଣି ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଡୁବୁରୀ ଗାଁରେ।ନିକଦମ ମାଝୀଙ୍କ ସ୍ତ୍ରୀ ମିକାନ୍ତୀ ମାଝୀଙ୍କ ପ୍ରସବ ବେଦନା ବଢିବାରୁ ଗ୍ରାମବାସୀ ଏକ ଦୋଳାରେ ଦାରିଙ୍ଗବାଡି ମେଡିକାଲକୁ ଚିକିତ୍ସାପାଇଁ ଆଣୁଥିଲେ।ଯିବା ବାଟରେ ବିପଦ ଜନକ ଭାବରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।ଗାଁ କୁ ରାସ୍ତାନଥିବା ରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଡୁବୁରୀ ଗାଁ କୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ  ଯିବା ଦୂରର କଥା ଦୁଇ ଚକିଆ ଯାନ ଯିବା କଷ୍ଟକର ଅଟେ। ସେହିପରି ବାଲିଗୁଡା ତୁମୁଡିବନ୍ଧ କୋଟଗଡ଼ ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଏହିଭଳି ଦୁର୍ଦ୍ଦଶା ଲୋକେ ସବୁବେଳେ ଭୋଗୁଥିବା ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.