କଟକ ୧୮|୭: କଟକ ବକ୍ସିବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭବନୀୟ ଦୃଶ୍ୟ । ଜଣେ ମହିଳା ନିଜର ମୃତ ଛୁଆକୁ ଦୀର୍ଘ ସମୟ ଧରି କାନ୍ଧରେ ପକାଇ ବୁଲିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ସାଙ୍ଗରେ ଆଉ ଦୁଇଟି ଝିଅ ଥିବାବେଳେ ଏହି ମୃତ ଶିଶୁ କନ୍ୟାକୁ ଧରି ବୁଲିବା ସହ କିଛି ସମୟ ଖେଳନା ମଧ୍ୟ ବିକ୍ରି କରିଥିଲେ ।
{"id":134879}ତେବେ ଏହି ମହିଳା ଜଣଙ୍କ ମାନସିକ ବିକାର ଗ୍ରସ୍ତ ଥିବା ଜଣା ପଡିଛି । ପରେ କିଛି ସମାଜସେବୀ ଓ ପୋଲିସ ପହଞ୍ଚି ଉଭୟ ମୃତ ଛୁଆ ସମେତ ଓ ଅନ୍ୟ ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ।
{"id":134880}ମହିଳା ଜଣଙ୍କ ବକ୍ସିବଜାର ଅଞ୍ଚଳର ସୁବାଷ ନାୟକଙ୍କ ପତ୍ନୀ ଭାରତୀ ପ୍ରଭା ନାୟକ । ଭାରତୀ ଜଣେ ମାନସିକ ରୋଗୀ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସେହି ମୃତ ଶିଶୁଟିର ଶବ ବ୍ୟବଚ୍ଛେଦ କରାଯିବା ପରେ ଶିଶୁଟିର ମୃତ୍ୟୁ ପଛର କାରଣ ଜଣାପଡିବ ।