ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର

Published By : Prameya-News7 Bureau | November 28, 2020 IST

ତେଲକୋଇ ୨୮।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କରଦାଙ୍ଗି ଗାଁ କମଳାବଣି ସାହିରେ ହାତୀ ଦାଉରୁ ଫସଲ ରକ୍ଷା ପାଇଁ ଧାନ ଜମିରେ ମଞ୍ଚା ବାନ୍ଧି ଶୋଇଥିବା ବେଳେ ଲାଗିଗଲା ନିଆଁ । ନିଆଁରେ ପୋଡି ହୋଇ ମହିଳା ଗୁରୁତର ହୋଇଛନ୍ତି  । ଗୁରୁତର ମହିଳା ହେଲେ ମୁଖିଆଣି ନାୟକ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମୁଖିଆଣି ଏବଂ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ନାୟକ ବନ୍ୟଯନ୍ତୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ମଞ୍ଚାରେ ଶୋଇଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମଞ୍ଚା ତଳେ ନିଆଁ ଜଳାଇଥିଲେ । ବିଳମ୍ବିତ ରାତିରେ ଅଧିକ ଶୀତ ହେବାରୁ ମୁଖିଆଣି ତଳକୁ ନିଆଁ ପାଖରେ ଶୋଇବା ପାଇଁ ପଳାଇ ଆସିଥିଲେ । ତେବେ ଶୋଇଥିବା ବେଳେ କୌଣସି କାରଣରୁ ମୁଖିଆଣିଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ପାଟି ଶୁଣି କୃଷ୍ଣଚନ୍ଦ୍ର ତଳକୁ ଓହ୍ଲାଇ ଦେଖିଲା ବେଳକୁ ତାଙ୍କର ଶରୀର ଶତକଡା ୮୦ ଭାଗ ପୋଡ଼ିଯାଇଛି । ତାଙ୍କୁ  ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.