ଯୌତୁକ ପାଇଁ ବୋହୁ ଜାଳିଦେଲେ ଶାଶୁ, ଶ୍ୱଶୁର ଓ ସ୍ୱାମୀ

Published By : Prameya-News7 Bureau | July 12, 2018 IST

ଯୌତୁକ ଜୁଇରେ ବୋହୁ | ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଗାଁରେ ବୋହୁ ଚନ୍ଦ୍ରକାନ୍ତିଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେଇଛନ୍ତି ଶାଶୁ,ଶ୍ୱଶୁର ଓ ସ୍ୱାମୀ | ୧୦ ବର୍ଷ ତଳେ ନୟାଗଡ଼ ଜିଲ୍ଲା ପାର୍ବତୀପୁର ଗାଁର ଚନ୍ଦ୍ରକାନ୍ତି ଡିଙ୍ଗର ଗାଁର ରବୀନ୍ଦ୍ର ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି | ଯୌତୁକ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହେ | ଗତ ୧୦ ତାରିଖ ରାତିରେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି କିରୋସିନ ଢାଳି ବୋହୁକୁ ପୋଡିଦେଲେ | ଗୁରୁତର ଅବସ୍ଥାରେ ଚନ୍ଦ୍ରକାନ୍ତିଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି | ଶାଶୂଘର ଲୋକଙ୍କ ନାଁରେ ଚନ୍ଦ୍ରକାନ୍ତିଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି | ତେବେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି | ପୋଲିସ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.