Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଛିଡ଼ିଲାନି ସମ୍ପତ୍ତି ଭାଗବଣ୍ଟା, ଭଉଣୀ ଦେହରେ ନିଆଁ ଲଗାଇଦେଲା ୪୫ ବର୍ଷୀୟ ଭାଇ

27/09/2021 at 4:43 PM

ପୁନେ, ୨୭/୦୯: ପିତାଙ୍କ ସମ୍ପତ୍ତିରେ ଉଭୟ ପୁଅ ଏବଂ ଝିଅର ସମାନ ଅଧିକାର ଅଛି । ପିତାଙ୍କର ଅନ୍ତେ ଏହା ସେମାନଙ୍କର ସମସ୍ତ ପିଲାଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ । ହେଲେ ପ୍ରାୟତଃ କ୍ଷେତ୍ରରେ ଭାଇ-ଭାଇଣୀଙ୍କ ମଧ୍ୟରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥାଏ । ବେଳେବେଳେ ଏହା ଏତେ ଉଗ୍ର ରୁପ ଧାରଣ କରେ ଯେ ହାତ୍ୟାଭଳି ଜଘନ୍ୟ କାଣ୍ଡ ଘଟିବାକୁ ମାତ୍ର କିଛି ସମୟ ଲାଗିଥାଏ । ସେତେବେଳେ ଭାଇ-ଭାଇର ରକ୍ତ ସମ୍ପର୍କକୁ ସେମାନେ ଭୁଲି ଯାଆନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ପୁନେ ସହରର ଚତୁସ୍ରୁଙ୍ଗି ଥାନା ଅଞ୍ଚଳରେ । ରାଜଶ୍ରୀ ପଟାଙ୍ଗେ ନାମକ ଜଣେ ୪୮ ବର୍ଷୀୟ ମହିଳାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି । ତାଙ୍କ ମୁହଁ, ବେକ ଏବଂ ଗୋଡ଼ର କିଛି ଅଂଶ ପୋଡ଼ିଯାଇଛି । ହସ୍ପିଟାଲ୍‌ରେ ତାଙ୍କର ବୟାନ ରେକର୍ଡ କରିଛି ପୋଲିସ୍‌ ।

 ଚତୁସ୍ରୁଙ୍ଗି ଥାନାର ସହକାରୀ ଇନ୍‌ସ୍ପେକ୍ଟର ଏନେଇ କହିଛନ୍ତି ଯେ, ଉକ୍ତ ମହିଳାଙ୍କ ଭାଇ ଶ୍ୟାମ ପଟାଙ୍ଗେ ତାଙ୍କର ପରିବାରକୁ ନେଇ ବିଭେୱାଡ଼ିରେ ଏକ ଘର ଭଡ଼ା ନେଇ ରହୁଛନ୍ତି । ପୀଡ଼ିତା ରାଜଶ୍ରୀ ଅବିବାହିତ ଏବଂ ବେରୋଜଗାରୀ । ସେ ତାଙ୍କର ଅନ୍ୟ ଜଣେ ଭାଇଙ୍କ ସହ ଅନୁଧର ଏକ ଫ୍ଲାଟ୍‌ରେ ରହୁଥିଲେ । ଯାହାକି ତାଙ୍କ ବାପା କିଣିଥିଲେ । କିନ୍ତୁ କିଛି ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପରେ ଶ୍ୟାମ ଏହି ଫ୍ଲାଟ୍‌କୁ ବିକ୍ରି କରିବାକୁ ବାହାରି ଥିବା ବେଳେ ଏହାକୁ ରାଜଶ୍ରୀ ବିରୋଧ କରିଥିଲେ । ସେ ତାଙ୍କର ୫୦ ପ୍ରତିଶତ ଅଂଶ ଦାବି କରିଥିଲେ । ଯାହାକୁ ନେଇ ଶ୍ୟାମ ଦିଆସିଲି ମାରି ତାଙ୍କ ଭଉଣୀ ଉପରକୁ ଫିଙ୍ଗି ଦେଇଥିଲେ । ଫଳରେ ସେ ଜଳିଯାଇଥିବା ଜଣାପଡ଼ିଛି ।   

   Related Posts