ଘରୋଇ କଳହରୁ ମହିଳାଙ୍କ ଚରମ ନିଷ୍ପତ୍ତି, ଦେହରେ କିରୋସିନି ଢାଳି ଲଗାଇ ଦେଲେ ନିଆଁ

Published By : Prameya-News7 Bureau | October 24, 2021 IST

ଜଳେଶ୍ୱର, ୨୪/୧୦: ବାଲିଆପାଳ ଥାନା ଛଡାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନବବିବାହିତା ମହିଳା ପାରିବାରିକ କଳହରୁ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ  କରିଛନ୍ତି । ମହିଳା ଜଣକ ହେଲେ  ସୁଚିତ୍ରା ସିଂ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଛଡା ଗ୍ରାମର କ୍ରିଷ୍ଣା ସିଂଙ୍କର ସ୍ତ୍ରୀ ସୁଚିତ୍ରା ସିଂ ଆଜି ମାଧ୍ୟାନ ସମୟରେ ପାରିବାରିକ କଳହ ଯୋଗୁଁ ରାଗି ଯାଇ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ।

ସୁଚିତ୍ରାଙ୍କ ଶରୀର ଅର୍ଦ୍ଧେକ ଭାଗପୋଡି ହୋଇ ଯାଇଥିଲା ବେଳେ ପରିବାର ଲୋକ ଜାଣି ପାରି ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସଂଗେ ସଂଗେ୧୦୮ ଆମ୍ବୁଲାନ୍ସ ଯୋଗେ  ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.