କେମିତି ଏତେ କ୍ରୁର ହୋଇପାରେ ମଣିଷ !ମହିଳାଙ୍କ ଜିଭ, ଗାଲ ଓ ଗୋଟିଏ ସ୍ତନ କାଟିଦେଲେ ଶାଶୂଘର ଲୋକ, ପଢନ୍ତୁ ଜଣେ ବୋହୁର କରୁଣ କାହାଣୀ

Published By : Prameya-News7 Bureau | January 13, 2021 IST

ଇନ୍ଦୋର ୧୩/୦୧ : କଥାରେ ଅଛି କ୍ରୋଧ ମଣିଷର ସବୁଠାରୁ ବଡ ଶତ୍ରୁ। କ୍ରୋଧ ମଣିଷର ବିଚାର ବୁଦ୍ଧି, ଚିନ୍ତା କରିବା କ୍ଷମତା ନଷ୍ଟ କରିଦେଇଥାଏ। ସେଥିପାଇଁ ମଣିଷ କ୍ରୋଧରେ ନାନା ଅପରାଧ କରିବସେ। ବେଳେ କ୍ରୁରତାର ସବୁ ସୀମା ବି ପାର କରିଦେଇଥାଏ। ପରିଣାମ ସଦୃଶ ପରେ କେବଳ ପଶ୍ଚାତାପ କରିଥାଏ। ଅପରାଧ ପାଇଁ ଦଣ୍ଡ ମଧ୍ୟ ଭୋଗିଥାଏ।

ମଧ୍ୟ ପ୍ରଦେଶ ନାଗଦାରେ ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି। ନାଗଦା ବିଦ୍ୟାନଗର ଥାନା ଅଞ୍ଚଳରେ ଏହି ନାରକୀୟ କାଣ୍ଡ ଚାଞ୍ଚଲ୍ୟ ଖେଳିଛି। ଅବୈଧ ସମ୍ପର୍କ ସନ୍ଦେହରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ଶାଶୁ-ଶ୍ୱଶୁର ଓ ଅନ୍ୟ ଜଣେ ସମ୍ପର୍କୀୟ ମହିଳା ଘରେ ବନ୍ଦ କରି ତାଙ୍କୁ ମାରପିଟ କରିଥିଲେ। ମାଡ଼ ମାରି ସାରିବା ପରେ ଘର ବାହାରକୁ ଘୋଷାଡ଼ି ଆଣିଥିଲେ ଓ ମରିଯାଇଥିବା ଭାବି ଘର ବାହାରେ ଫୋପାଡ଼ି ଦେଇ ଫେରାର ହୋଇଗଲେ। ପଡୋଶୀ ଲୋକ ସବୁ ଜାଣି ମଧ୍ୟ କେହି ମହିଳାଙ୍କୁ ଉଦ୍ଧାର କରିବାକୁ ସାମ୍ନାକୁ ଆସିନଥିଲେ। ପଡିଶା ଲୋକ ଚୁପଚାପ ଛିଡା ହୋଇ ତାମସା ଦେଖୁଥିଲେ।

ଅଭିଯୁକ୍ତମାନେ ଫେରାର ହେବାର ୧୦ ମିନିଟ ଯାଏଁ ଆହତ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ କିନ୍ତୁ କେହି ତାଙ୍କ ପାଖକୁ ଆସିନଥିଲେ କି ତାଙ୍କୁ ସାହାଯ୍ୟ କରିନଥିଲେ। ମହିଳାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଅବସ୍ଥା ଚିନ୍ତାଜନକ ବୋଲି କହିଛନ୍ତି ଡାକ୍ତର।

ମହିଳାଙ୍କ ପ୍ରତି କ୍ରୁରତା ଏଥିରୁ ଅନୁମାନ କରାଯାଇପାରିବ ଯେ ଶାଶୂଘର ଲୋକ ଖଣ୍ଡାରେ ମହିଳାଙ୍କ ଜିଭ, ଗାଲ, ଥୋଡୀ ଓ ଗୋଟିଏ ସ୍ତନ କାଟି ଦେଇଛନ୍ତି। ମହିଳାଙ୍କ ପାଟିରେ ଓ ପ୍ରାଇଭେଟ ପାର୍ଟରେ ବେଲଣା ବାଡ଼ି ପୁରେଇ ଦେଇଥିଲେ। ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ପାଖ ପଡୋଶୀଙ୍କୁ ଗୁହାରି କରିଥିଲେ କିନ୍ତୁ କେହି ତାଙ୍କୁ ଉଦ୍ଧାର କରିନଥିଲେ। ମହିଳାଙ୍କୁ ମରିଯାଇଥିବା ଭାବି ଶାଶୂଘର ଲୋକ ଘର ବାହାରେ ଛାଡି ଦେଇ ଫେରାର ହୋଇଗଲେ। 

ଏହି ମାମଲାରେ ବିରଲାଗ୍ରାମ ଥାନାରେ ମହିଳାଙ୍କ ସ୍ୱାମୀ, ଶାଶୁ-ଶ୍ୱଶୁର ଓ ସମ୍ପର୍କୀୟ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ମହିଳାଙ୍କୁ ଜୀବନରେ ମାରିଦେବାକୁ କୁତ୍ସିତ ପ୍ରୟାସ ଅନୁଯାୟୀ ଥାନାରେ ମାମଲା ରୁଜ୍ଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.