Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଯେଉଁ ଜେଲର ନାଁ ଶୁଣିଲେ ଅପରାଧୀ ବି ଥରନ୍ତି ସେହି ଜେଲରେ ପ୍ରେମିକକୁ ଡେଟିଂ କରୁଥିଲା ପ୍ରେମିକା, ଜାଣନ୍ତୁ ତା ପରେ କ’ଣ ହେଲା

15/08/2019 at 9:56 PM

ନୂଆଦିଲ୍ଲୀ: ଏସିଆର ସର୍ବାଧିକ ସୁରକ୍ଷିତ ଜେଲ ଭାବେ ଦିଲ୍ଲୀର ତିହାର ଜେଲ ଅନ୍ୟତମ। କୁଖ୍ୟାତରୁ କୁଖ୍ୟାତ ଅପରାଧୀ ବି ତିହାର ନାଁ ଶୁଣିଲେ ଥରି ଉଠନ୍ତି । ହେଲେ ଏଠାରେ ଆଜୀବନ ଦଣ୍ଡ ଭୋଗୁଥିବା କୈଦୀକୁ ରିତିମତ ଡେଟିଂ କରିବାକୁ ଆସୁଥିଲା ପ୍ରେମିକା। ଘଟଣା ଜଣାପଡିବା ଏବେ ଜେଲ ବିଭାଗର ନିଦ ହଜେଇ ଦେଇଥିବା ବେଳେ ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ ମାମଲାର ତଦନ୍ତ ନିମନ୍ତେ କମିଟି ଗଠନ କରିଛନ୍ତି।

ଜେଲରେ ଯେଉଁ ପ୍ରମିକକୁ ମହିଳା ଡେଟ କରିବାକୁ ଆସୁଥିଲେ ତାଙ୍କ ନାମ ହେମନ୍ତ ଗର୍ଗ ଓ କୋର୍ଟ ତାଙ୍କୁ ଅପରାଧ ନିମନ୍ତେ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ପ୍ରଥମେ ପ୍ରଥମେ ହେମନ୍ତ ପ୍ରେମିକାଙ୍କୁ କେବଳ ମୁଲାକାତ ଦିନ ଦେଖା କରିପାରୁଥିଲେ। ହେଲେ କେବେ ସେ ଜେଲ ନମ୍ବର ୨ର ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରେମିକଙ୍କୁ ଡେଟିଂ କରିବା ଆରମ୍ଭ କରିଦେଇଥିଲେ ସେ ବାବଦେ ବିଭାଗକୁ ସୂଚନା ବି ନଥିଲା। ସେପଟେ ହେମନ୍ତ ଅଧିକ୍ଷକ ରାମ ମେହରଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟର ଅପରେଟର ପାଲଟିଯାଇଥିଲେ। ଏହା ଦ୍ୱାରା ହେମନ୍ତ ମହିଳାଙ୍କ ହାତରେ ଜେଲର ଗୁପ୍ତ ସୂଚନା କିଛି ବାହରକୁ ପଠାଇ ନାହାନ୍ତି ତ? ତାହା ହିଁ ଏବେ ଜେଲ ବିଭାଗ ପାଇଁ ଲକ୍ଷେ ଟଙ୍କାର ପ୍ରଶ୍ନ ପାଲଟଛି।

ଜେଲର ଦାଉଦର ସହଯୋଗୀ ଛୋଟା ରଜାନଠୁ ଆରମ୍ଭ କରି ବିହାରର ବାହୁବଳି ଶାହ ବୁଦ୍ଦିନ ଓ ଦିଲ୍ଲୀର କୁଖ୍ୟାତ ଅପରାଧୀ ନିରଜ ବବାନିଆ ବି କୈଦୀ ଅଛନ୍ତି। ହେମନ୍ତ ପ୍ରେମ ଆଢୁଆଳରେ ମହିଳାଙ୍କ ଦ୍ୱାରା ଜେଲ କମ୍ପ୍ୟୁଟରରୁ ଗୁପ୍ତ ସୂଚନା କିଛି ଲିକ୍ କରି ନାହାନ୍ତି ତ, ଯଦି କରିଛନ୍ତି ତାକୁ କିପରି ପୁଣି ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ସେ ନେଇ ଏବେ କସରତ ଆରମ୍ଭ ହୋଇଯାଇଛି।

ସେହିପରି ମହିଳାଙ୍କୁ ଜେଲରେ ଡେଟିଂ ବୁଦ୍ଧି ମିଳିଲା କିପରି, ମୁଲାକାତ କକ୍ଷରୁ ଜେଲ କାର୍ଯ୍ୟାଳୟକୁ ମହିଳାଙ୍କ ପ୍ରବେଶ ଏ ସବୁ ପଛରେ ହୁଏତ ହେମନ୍ତର ଅପରାଧୀ ବୁଦ୍ଧି ଥାଇପାରେ। ହେଲେ ଏତେବାଟ ଯାଏଁ କଥା କିପରି ଗଲା ତାର ତଦନ୍ତ ନିମନ୍ତେ ମହାନିର୍ଦ୍ଦେଶକ ଗୋୟଲ ଜେଲ ବିଭାଗ ଡେପୁଟି ଆଇଜି ରାଜେଶ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରିଛନ୍ତି। ଦେଶର ସବୁଠୁ ସୁରକ୍ଷିତ ଜେଲରେ ଏଭଳି ଘଟଣା ଏବେ କେବଳ ଜେଲ ପ୍ରଶାସନ ନୁହେଁ ଶାସନ କୁ ବି ଥରହର କଲାଣି। ତେବେ ତଦନ୍ତ ପରେ ଜଣା ପଡିବ ଜେଲର ସୁରକ୍ଷା ବ୍ୟବସ୍ଥା ଏବେ କିପରି ଅଛି।

   Related Posts