Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ମାତ୍ର ୧୦୦ ଟଙ୍କା ଦେଇ ଲଟେରୀ ଟିକେଟ୍ କିଣିଥିଲେ ମହିଳା, ଜିତିଲେ କୋଟିଏ ଟଙ୍କାର ପ୍ରାଇଜ୍

26/02/2021 at 10:04 PM

ଚଣ୍ଡୀଗଡ ୨୬/୦୨ : ‘ଲଟେରୀ’ ଏହି ଶବ୍ଦ ମନକୁ ଆସିଲା ମାତ୍ରେ ଅନେକଙ୍କ ମନ ଉତ୍‌ଫୁଲ୍ଲିତ ହୋଇଯାଏ । ଖାସ୍‌ କରି ସ୍ବପ୍ନ ଦେଖିବା ବେଳେ କିମ୍ବା କୌଣସି ଗପ ଶୁଣିବା ବେଳେ ମନକୁ ଆସିଯାଏ ଯେ, ଆମର ମଧ୍ୟ ଲଟେରୀ ଲାଗିଯାଆନ୍ତା କି । କିନ୍ତୁ ଏହାର ସମ୍ଭାବନା ବହୁତ କମ୍‌ ହୋଇଥାଏ । ନିକଟରେ ପଞ୍ଜାବର ଅମୃତସରରେ ଜଣେ ମହିଳା ମାତ୍ର ଶହେ ଟଙ୍କାର ଲଟେରୀ କିଣିଥିଲେ ।

ଲଟେରୀ ଉଠିବା ଦିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମହିଳାଜଣକ । ୧୦୦ ଟଙ୍କାରେ କିଣିଥିଲେ ଲଟେରୀ କିନ୍ତୁ ଉଠିଲା ୧ କୋଟି ଟଙ୍କାର ପ୍ରାଇଜ୍ । ଏତେ କୋଟି ଟଙ୍କାର ଲଟେରୀ ଉଠିବା ପରେ ବିଶ୍ବାସ କରିପାରିନଥିଲେ ମହିଳାଜଣକ ।

ସୂଚନା ଅନୁସାରେ ଅମୃତସରରେ ରହୁଥିବା ରେଣୁ ଚୌହାନ ନାମକ ଜଣେ ମହିଳା ୧୦୦ ଟଙ୍କା ଦେଇ D-12228 ନାମରେ ଗୋଟିଏ ଲଟେରୀ କିଣିଥିଲେ । କିନ୍ତୁ ସେ ଜାଣିନଥିଲେ ଉକ୍ତ ୧୦୦ ଟଙ୍କା ତାଙ୍କୁ ଦିନେ କୋଟିପତି କରିଦେବ ବୋଲି । ରେଣୁଙ୍କ ସ୍ବାମୀ ଅମୃତସରରେ କପଡା ଦୋକାନ କରିଛନ୍ତି । ତେଣୁ ଏହି କୋଟିଏ ଟଙ୍କାର ପୁରସ୍କାର ଆମକୁ ବ୍ୟବସାୟ ବଢାଇବାକୁ ଅନେକ ସାହାଯ୍ୟ କରିବ ବୋଲି ରେଣୁ ଚୌହାନ କହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ରେଣୁ ଚୌହାନ ନାମକ ମହିଳା ଗୁରୁବାର ଦିନ ଲଟେରୀ ଟିକେଟ୍ ଏବଂ କାଗଜପତ୍ର ଜମା କରିଦେଇଛନ୍ତି । ପୁରସ୍କାର ଗ୍ରହଣ କରିବା ପାଇଁ ରାଜ୍ୟ ଲଟେରୀ ବିଭାଗରେ ଆବଶ୍ୟକିୟ କାଗଜପତ୍ର ଜମା କରିସାରିଛନ୍ତି ମହିଳାଜଣକ । ତେବେ ଖୁବଶୀଘ୍ର ବିଜେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୁରସ୍କାର ରାଶି ପଠାଯିବ ବୋଲି ସୂଚନା ମିଳିଛି ।

   Related Posts