Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଅବିବାହିତ କହି ମେଜରଙ୍କୁ ବିବାହ କଲେ ମହିଳା , ହନିମୁନ ଟ୍ରିପରେ ସାଢ଼େ ସାତ ଲକ୍ଷ ଟଂକା ଖର୍ଚ୍ଚ କରି ଶୁଖିଲାରେ ଫେରିଲେ ମେଜର

14/03/2019 at 8:34 PM

ନୂଆଦିଲ୍ଲୀ ୧୪/୩-  ଦିନକୁଦିନ ବଢ଼ିଚାଲିଛି ଠକାମୀ । ନୂଆନୂଆ ପ୍ରକାର ବୁଦ୍ଧିଖଟାଇ ଠକ ଦେଖାଇ ଚାଲିଛନ୍ତି ଚକମା । ଜଣେ ମହିଳା ନିଜକୁ ଅବିବାହିତ କହି ମେଜରଙ୍କୁ ବିବାହ କରିଥିଲେ । କିନ୍ତୁ ମହିଳା ବିବାହ କରି ଶାରୀରିକ ସଂପର୍କ ରଖିବାକୁ ମନା କରିବା ପରେ ସବୁସତ ପଦାକୁ ଆସିଥିଲା ।

ଅଙ୍କୁର ନାମକ ଜଣେ ମେଜର ଏହି ଭାଣ୍ଡାମୀରେ ଶିକାର ହୋଇଥିଲେ । ସେ ଫେସବୁକ ମାଧ୍ୟମରେ ଜଣେ ମହିଳାଙ୍କ ସହ ପରିଚୟ ହୋଇଥିଲେ । ମହିଳା ନିଜକୁ ଅବିବାହିତ କହି ତାଙ୍କ ସହ କଥା ହେଉଥିଲେ । ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଯିଵା ପରେ ମହିଳା ବିବାହ କରିବାକୁ ମେଜରଙ୍କୁ କହିଥିଲେ । ମେଜର ମହିଳାଙ୍କ କଥାରେ ରାଜି ହୋଇଯାଇଥିଲେ ।

ମହିଳା ମେଜରଙ୍କ ସହ ବିବାହ କରିବା ପରେ ମେଜର ହନିମୁନ ଟ୍ରପ ପାଇଁ ବ୍ୟବସ୍ଥା କରିଥିଲେ । ହନିମୁନ ଟ୍ରିପରେ ସାଢ଼େ ସାତ ଲକ୍ଷରୁ ଅଧିକ ଟଂକା ଖର୍ଚ୍ଚ ହୋଇଥିଲା । କିନ୍ତୁ ମହିଳା ମେଜରଙ୍କୁ ଧରାଛୁଆଁ ଦେଇ ନଥିଲେ । ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁଥିଲେ ମଧ୍ୟ ସେ ବାହାନା ଦେଖାଇ ଏଡ଼ାଇଦେଇଥିଲେ ।

ଏହି ଘଟଣାପରେ ମହିଳାଙ୍କ ଉପରେ ମେଜରଙ୍କ ସନ୍ଦେହ ଆସିଥିଲା । ସେ ହନିମୁନ ଟ୍ରିପରୁ ଫେରିବାପରେ ଥାନାରେ ଏତାଲା ଦେଇଥିଲେ ।

ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି, ମହିଳା ନିଜକୁ ଅବିବାହିତା କହୁଥିଲେ ବି ତାଙ୍କର ସ୍ଵାମୀ ଓ ସଂସାର ଅଛି । ଏହି ବ୍ଲାକମେଲ କରିବା ପଛରେ ତାଙ୍କ ସ୍ଵାମୀଙ୍କର ହାତ ଥିବା କଥା ଜାଣିବାକୁ ପାଇଛି ପୋଲିସ । ମହିଳା ଫେସବୁକରେ ନକଲି ଫେସବୁକ ଆଇଡ଼ି କରି ଯୁବକଙ୍କୁ ଫସାଇବାକୁ ଚାହୁଁଥିଲେ । ମହିଳା ନିଜର ବୟସ ୨୪ ବର୍ଷ ବୋଲି କହୁଥିଲେ । କିନ୍ତୁ ମହିଳାଙ୍କ ବୟସ ୨୪ ନୁହେଁ ୪୬ ବର୍ଷ ବୟସ ବୋଲି ଜାଣିବାକୁ ପାଇଛି ପୋଲିସ ।

ଏହିଘଟଣାରେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ସ୍ଵାମୀଙ୍କ ନାଁରେ ମାମଲା ରୁଜୁ କରିଛି ।

   Related Posts