ରାମ ରହିମ ଭଳି କରିଦେବି ତୋ ଅବସ୍ଥା କହି ଜଣେ ବାବାଙ୍କୁ ଧମକାଇଲେ ମହିଳା, ବ୍ଲାକମେଲ କରି ଲୁଟିନେଲେ ୪୦ ଲକ୍ଷ

Published By : Prameya-News7 Bureau | January 16, 2019 IST

ଲୁଧିଆନା ୧୬/୧- ଅନେକ ସମୟରେ ବାବାମାନେ ମହିଳାଙ୍କୁ ବ୍ଲାକମେଲ କରିବା  ନଜିର ଥାଏ । କିନ୍ତୁ ଜଣେ ମହିଳା ବାବାଙ୍କୁ ବ୍ଲାକମେଲ କରିବା ଘଟଣା ପଦାକୁ ଆସିଛି । ଥରେ ଅଧେ ନୁହେଁ ବାରମ୍ବାର ବ୍ଲାକମେଲ କରିବାପରେ ବାବା ବାଧ୍ୟହୋଇ ଥାନାରେ ଆଣିଛନ୍ତି ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତିକରି ମହିଳାଙ୍କୁ ଗିରଫ କରିଛି ପୋଲିସ ।

ନାଭାରୋଡ଼, ପଟିଆଲା ନିବାସୀ ପରବିନ୍ଦର ସିଂଙ୍କ ପତ୍ନୀ ଥିଲେ ରେଣୁ । ତାଙ୍କ ପରିବାରର ଜଣେ ବାବାଙ୍କ ସହ ଥିଲା ଘନିଷ୍ଠ ସଂପର୍କ । ରେଣୁଙ୍କ ଶଶ୍ଵର ତାଙ୍କ ପାଖକୁ ସବୁବେଳେ ଯିବାଆସିବା କରୁଥିଲେ । ତାଙ୍କ ଶଶ୍ଵର ମରିଗଲା ପରେ ଶାଶୁ ବି ସେହି ବାବାଙ୍କ ଅନୁଗାମୀ ଥିଲେ । ଏହି କାରଣରୁ ରେଣୁ ସହ ବାବାଙ୍କ ପରିଚୟ ହୋଇଥିଲା ।

ରେଣୁ ବାବାଙ୍କୁ  ଦେଖାକରିବାକୁ ଶାଶୁଙ୍କ ସହ ଆସିଥିଲେ । ଏହି ସମୟରେ ବାବାଙ୍କ ଠାରୁ ୩ମାସ ଭିତରେ ଫେରାଇଦେବେ କହି ୧ଲକ୍ଷ ଟଂକା ଧାର୍ ନେଇଥିଲେ । ହେଲେ ରେଣୁ ନେଇଥିବା ଏହି ଟଂକା ବାବାଙ୍କୁ ଏହି ଟଂକା ଫେରାଇ ନଥିଲେ ।

ତା ପରେ କିଛିଦିନ ପରେ ରେଣୁ ବାବାଙ୍କୁ ଫୋନ କରି କହିଥିଲା, ସେ ଜଣେ ସିବିଆଇ ଅଫିସରଙ୍କ ଘନିଷ୍ଠଲୋକ । ଏହିକଥା କହି ବାବାଙ୍କୁ ଆହୁରି ୫ଲକ୍ଷ ମାଗିଥିଲେ ରେଖା । ଏହିଭଳି ସେ ବାବାଙ୍କ ଠାରୁ ୪୦ ଲକ୍ଷ ଟଂକା ନେବାପରେ ବ୍ଲାକମେଲ କରି ଆହୁରି ଟଂକା ମାଗୁଥିଲେ । ବାବାଙ୍କୁ ମଧ୍ୟ ଧମକାଇ କହୁଥିଲେ, ଯଦି ଏହି ଘଟଣାର କିଛି ପାଟି ଫିଟାଇବେ ରାମ ରହିମ ଭଳି ଅବସ୍ଥା କରିଦେବେ । ବାବା ରେଖାଙ୍କୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିବା ଓ ଜଣେ ମହିଳା ହୋଇଥିବାରୁ ଡ଼ରି କିଛି କହୁ ନଥିଲେ ।

ରେଖାଙ୍କର ଦୌରାତ୍ମ୍ୟ ବଢ଼ିଯିବାରୁ ବାବା ଅତିଷ୍ଠ ହୋଇ ଶେଷରେ ଆଇନର ଆଶ୍ରୟ ନେଇଥିବା କଥା ପ୍ରକାଶ କରିଛନ୍ତି । ପୋଲିସ ରେଖାଙ୍କୁ ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.