ଟ୍ରାଏଲ ରୁମରେ ଡ୍ରେସ ବଦଳାଉଥିବା ବେଳେ ଅଶ୍ଳୀଳ ଭିଡିଓ କରି ନାବାଳିକାଙ୍କୁ ବ୍ଲାକମେଲ କରୁଥିଲା ମହିଳା; ପୁଅ କରୁଥିଲା ଦୁଷ୍କର୍ମ

Published By : Prameya-News7 Bureau | April 09, 2019 IST

ଅହମଦାବାଦ ୯/୪ : ଗୁଜରାଟ ଅହମଦାବାଦରେ ଜଣେ ନାବାଳିକାକୁ ଯୌନ ଶୋଷଣ ହେଉଥିବା ଘଟଣା ସାମ୍ନାକୁ ଆସିଛି | ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ନିଜ ପୁଅ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲା ଜଣେ ମହିଳା | ନାବାଳିକାଙ୍କ ସହ ଏହିଭଳି ଅତ୍ୟାଚାର ପାଖାପାଖି ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା | ଶେଷକୁ ସବୁ ଧାର୍ଯ୍ୟର ସୀମା ପରିକରି ନାବାଳିକା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ |


ଲଜ୍ଜାଜନକ ଘଟଣା ଅହମଦାବାଦର ବିଂଝୋଲ ଅଂଚଳର | ଏଠାରେ ଜଣେ ମହିଳା ନିଜ ପୁଅ ସହ କପଡା ବ୍ୟବସାୟ କରନ୍ତି | ଜଣେ ୧୫ ବର୍ଷର ନାବାଳିକା ଡ୍ରେସ କିଣିବା ପାଇଁ ମହିଳାଙ୍କୁ ସମ୍ପର୍କ କରିଥିଲେ | ଏହାପରେ ମହିଳା ଜଣକ ଡ୍ରେସ ଦେଖାଇବା ବାହାନାରେ ନାବାଳିକାକୁ ନିଜ ସୋସାଇଟିକୁ ଡ଼ାକିନେଲେ | ମହିଳାଙ୍କ କଥାରେ ପଡି ନାବାଳିକା ସେଠାକୁ ଗଲେ ଏବଂ ଅନେକ ଡ୍ରେସ ଦେଖିଲେ | ଏହାପରେ ନାବାଳିକା ଡ୍ରେସ ଟ୍ରାଏ କରିବା ପାଇଁ ଟ୍ରାଏଲ ରୁମକୁ ଚାଲିଗଲେ | ଟ୍ରାଏଲ ରୁମରେ ଡ୍ରେସ ବଦଳୁଥିବାବେଳେ ମହିଳା ନାବାଳିକାଙ୍କ ଏକ ଅଶ୍ଳୀଳ ଭିଡିଓ ତିଆରି କରିଥିଲେ | ନାବାଳିକା ବାହାରକୁ ଆସିବା ପରେ ମହିଳା ନାବାଳିକାକୁ ସେହି ଭିଡିଓ ଦେଖାଇଥିଲେ | ଭିଡିଓ ଦେଖି ନାବାଳିକାଙ୍କ ହୋସ ଉଡ଼ିଗଲା |


ନାବାଳିକାଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ କରିଥିଲେ ମହିଳା | ସେ କହିଲେ, ଯଦି ସେ ତାଙ୍କ ପୁଅ ସହ ଶାରୀରିକ ସମ୍ପର୍କ ନରଖିବା ତାହେଲେ ସେ ସେହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବେ | ମହିଳାର ଧମକରେ ନାବାଳିକା ଡରିଯାଇ ବାଧ୍ୟ ହୋଇ ତାଙ୍କ ପୁଅ ସହ ଶାରୀରିକ ସମ୍ପର୍କ ରଖିଥିଲେ | ତେବେ ଘଟଣା ଗୋଟିଏ ଦିନରେ ଶେଷ ହୋଇନଥିଲା | ଏମିତି ବରାବର ଚାଲିଲା | ଦେଢ଼ ବର୍ଷ ପର୍ଯ୍ୟନ୍ତ ନାବାଳିକାଙ୍କୁ ଯୌନ ଶୋଷଣ କରାଯାଇଥିଲା |
ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିଲା ନାହିଁ | ନାବାଳିକା ସମସ୍ତ ଘଟଣା ନିଜ ବାପା ମା;ଙ୍କୁ କହିଲେ | ଝିଅ କଥା ଶୁଣି ବାପା ମା'ଙ୍କ ହୋସ ଉଡ଼ିଗଲା | ବାପା ମା' ତୁରନ୍ତ ଝିଅକୁ ନେଇ ଥାନାକୁ ଗଲେ ଏବଂ ଅଭିଯୁକ୍ତ ମା ପୁଅ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ |


ପୋଲିସ ମାମଲା ରୁଜ୍ଜୁ କରିବା ପରେ ପୀଡିତାଙ୍କ ମେଡିକାଲ ଟେଷ୍ଟ କରିଥିଲା | ଏହାପରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ପୁଅକୁ ଗିରଫ କରିଥିଲା | ପୋଲିସ ଯୁବକ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛି | ଏହାସହ ଯୁବକର ମାକୁ ମଧ୍ୟ ଅଭିଯୁକ୍ତ ସାବ୍ୟସ୍ତ କରି ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.