ସ୍ବାମୀଙ୍କ ବେକରେ ବେଲ୍ଟ ବାନ୍ଧି କୁକୁର ପରି ବୁଲାଉଥିଲା ସ୍ତ୍ରୀ, ପୋଲିସ ପଚାରିବାରୁ ଦେଲା ଏମିତି ଉତ୍ତର

Published By : Prameya-News7 Bureau | January 13, 2021 IST

କ୍ୟୁବେକ୍, ୧୩/୦୧: କରୋନା କଟକଣାରୁ ବଞ୍ଚିବା ପାଇଁ ସ୍ବାମୀଙ୍କୁ କୁକୁର ସଜାଇଲା ସ୍ତ୍ରୀ। କୁକୁର ପରି ସ୍ବାମୀଙ୍କ ବେକରେ ବେଲ୍ଟ ବାନ୍ଧି ବାହାରକୁ ବୁଲିବାକୁ ଯାଇଥିଲା ସ୍ତ୍ରୀ। ଠିକ୍‌ ଏହି ସମୟରେ ପୋଲିସ ଆସିଯିବାରୁ ସ୍ତ୍ରୀ ନିଜ ସ୍ବାମୀଙ୍କ ଆଡ଼କୁ ଇସାରା ଦେଇ ଅଜବ ଉତ୍ତର ଦେଇଥିଲା। ତେବେ ଏହି ଘଟଣା କାନାଡର କ୍ୟୁବେକ୍‌ରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କୁକୁର ପରି ବେଲ୍ଟରେ ବାନ୍ଧି ବାହାରକୁ ବୁଲିବାକୁ ନେଇ ଯାଇଥିଲେ । କିନ୍ତୁ ମହିଳା ଜଣକ ପୋଲିସ୍ ହାବୁଡ଼ରେ ପଡ଼ିଯାଇଥିଲେ । ଏହାପରେ ସେ ଏଥିପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା ଗଣିଥିଲେ। ଏହି ଘଟଣାଟି କାନାଡ଼ାର କ୍ୟୁବେକ୍ ରାଜ୍ୟର ହୋଇଥିବା ଜଣାପଡ଼ିଛି।

ଏଠାରେ ଶନିବାର ରାତିରେ ଜଣେ ୨୪ ବର୍ଷୀୟ ମହିଳା ତାଙ୍କର ୪୦ ବର୍ଷୀୟ ପତିଙ୍କୁ ରସିରେ ବାନ୍ଧି ସହର ବୁଲାଇବାକୁ ନେଇଥିଲେ। ଏହି ସମୟରେ ପୋଲିସ୍ ସେମାନଙ୍କୁ ଧରିପକାଇଥିଲା । ଏହାପରେ ପୋଲିସ୍ ଉଭୟ ପତି-ପତ୍ନୀଙ୍କ ଉପରେ ୮୭ ହଜାର ଟଙ୍କା ଲେଖାଁଏ ଜରିମାନା କରିଥିଲା। କ୍ୟୁବେକ୍‌ରେ କରୋନା କାରଣରୁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି । କିନ୍ତୁ କୁକୁରଙ୍କୁ ବୁଲାଇବା ପାଇଁ ଏଥିରେ ବାଦ୍ ଦିଆଯାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ସ୍ଥାନୀୟ ପୋଲିସ ଅଧିକାରୀ ଏନେଇ କହିଛନ୍ତି ଯେ, ପତ୍ନୀ ଜଣକ ତାଙ୍କ ପତିଙ୍କୁ ରସିରେ ବାନ୍ଧି ରାସ୍ତାରେ ନେଇ ଯାଉଥିଲେ। ପୋଲିସ୍ ଧରିବା ପରେ ପତ୍ନୀଙ୍କୁ ପଚରା ଯିବାରୁ ସେ ପତିଙ୍କ ଆଡ଼କୁ ଇସାରା କରି କୁକୁର ନେଇ ଯାଉଥିବା କହିଥିଲେ । ତେବେ ସେମାନେ ଧରାପଡ଼ିବା ପରେ ପୋଲିସକୁ ସହଯୋଗ କରିନଥିଲେ। କିନ୍ତୁ ଜରିମାନା ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.