ଝିଅ ଜନ୍ମ ହେଲା ବୋଲି ମହିଳାଙ୍କୁ ସ୍ବାମୀ ଦେଲେ ନିର୍ଯ୍ୟାତନା, ପୁରାଇ ଦେଉନଥିଲେ ଘରକୁ: ପୋଲିସ କଲା ହସ୍ତକ୍ଷେପ

Published By : Prameya-News7 Bureau | December 04, 2018 IST

ରାୟଗଡା ୪|୧୨: ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି ଅନେକ କୁହନ୍ତି । କନ୍ୟା ରତ୍ନ କର ଯତ୍ନ, ବେଟି ବଚାଓ ବେଟି ପଢ଼ାଓ ଭଳି କାନକୁ ଭଲ ଶୁଭୁଥିବା ନାରାମାନା ବେଶ୍ ଚାଲୁଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଝିଅ ଜନ୍ମ ଦେବାରୁ ସ୍ବାମୀ ୩ ବର୍ଷ ହେଲା ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ଆସିଛି ରାୟଗଡ଼ାରୁ …. ଝିଅ ହେବାରୁ ସ୍ବାମୀ ଠୁ ୩ ବର୍ଷ ହେଲା ନିର୍ଯାତନା ପାଉଛନ୍ତି ମହିଳା । ଏପରିକି ସ୍ବାମୀ ଘରେ ପୂରାଇ ନଦେବାରୁ ବାହାରେ ବସିରହିଛନ୍ତି କେ.ଅନୀତା । ହାଇଦ୍ରାବାଦର କେ. ଅନିତା  ୨୦୧୨ରେ ରାୟଗଡା  କସ୍ତୁରୀ ନଗରର ଚତୁର୍ଥ ଲେନରେ ରହୁଥିବା କେ. ସୁରେଶଙ୍କୁ ବିବାହ କରିଥିଲେ । ବିବାହ ପରେ କେ.ଅନୀତା ଏକ ଝିଅକୁ ଜନ୍ମ ଦେଇଛନ୍ତି । ଏବେ ଝିଅକୁ ୩ ବର୍ଷ ହେଲାଣି । ଆଉ ଝିଅ ଜନ୍ମ ପରଠୁ କେ.ଅନୀତାଙ୍କ ଜୀବନ ନର୍କ ପାଲଟିଯାଇଛି ଯେମିତି । ନିର୍ଯାତନା ଅସହ୍ୟ ହେବାରୁ ବାପ ଘରକୁ ପଳାଇଗଲେ ସେ । ବିଶାଖାପାଟନମ୍‌ ରେ ଅନୀତା ସ୍ବାମୀଙ୍କ ନାମରେ ୪୯୮ ଧାରାରେ ଏକ ମାମଲା ରୁଜ୍ଜୁ କଲେ । ସେପଟେ ସ୍ବାମୀ ରାୟଗଡ଼ାରେ ଛାଡ଼ପତ୍ର ପାଇଁ ମାମଲା ରୁଜୁ କରିଛନ୍ତି । ଉଭୟ ମାମଲା କୋର୍ଟରେ ବିଚାରାଧୀନ ଅଛି । ନିଜ ଭାଇ ସହ ଯେତେବେଳେ ରାୟଗଡ଼ା ଫେରିଲେ ଅନୀତା, ଘରେ ପୂରାଇ ଦେଲେନି ସ୍ବାମୀ … ବିବାହ ବେଳେ ମୋଟା ଅଙ୍କର ଯୌତୁକ ନେଇଛନ୍ତି ସ୍ବାମୀ କେ.ସୁରେଶ । ପରେ ମଧ୍ୟ ଯେତେବେଳେ ଯାହା ଦାବି କରିଛନ୍ତି, ସେସବୁ ପୂରଣ କରିଛନ୍ତି ଅନୀତାଙ୍କ ପରିବାର । ଅନୀତା ଘର ବାହାରେ ବସିଥିବା ଖବର ପାଇବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ଏହାପରେ ସ୍ବାମୀ ସୁରେଶଙ୍କୁ ଡାକି ବୁଝୁସୁଝା କରିବା ସହ ସ୍ତ୍ରୀ ଅନୀତାଙ୍କୁ ଘରକୁ ନେବାକୁ ପରାମର୍ଶ ଦେଇଥିଲା ପୋଲିସ । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ । ସୁରେଶ ଲିଖିତ ଭାବେ ଜଣାଇବା ପରେ ଅନୀତାଙ୍କୁ ଘରକୁ ଯାଇଛନ୍ତି । ଯଦି ପୁଣି ନିର୍ଯାତନା ଦିଆଯାଏ, ତାହେଲେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି …  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.