କଳକୀ ମାତାଙ୍କ କୋପ ଅଛି କହି ମହିଳାଙ୍କୁ ୧୭ ମାସ ହେଲା ଦୁଷ୍କର୍ମ କରିଚାଲିଥିଲେ ଭଣ୍ଡ ବଙ୍ଗାଳି ବାବା

Published By : Prameya-News7 Bureau | November 17, 2018 IST

ମୁମ୍ବାଇ ୧୭/୧୧ : ମହାରାଷ୍ଟ୍ରର ଭିରର ଅଂଚଳରୁ ଆସିଛି ଲଜ୍ଜା ଜନକ ଖବର | ଜଣେ ୩୭ ବର୍ଷ ବୟସ୍କା ମହିଳାଙ୍କୁ ଗତ ୧୭ ମାସ ହେଲା ଦୁଷ୍କର୍ମ କରି ଆସୁଥିଲେ ଜଣେ ବଙ୍ଗାଳି ବାବା | ପୀଡିତାଙ୍କ ସୂଚନା ଅନୁଯାୟୀ, ଉକ୍ତ ଭଣ୍ଡ ବାବା ତାଙ୍କୁ ଗତ ୧୭ ମାସ ହେଲା ତାଙ୍କୁ ଡରେଇ ଧମକେଇ ଦୁଷ୍କର୍ମ କରିଆସୁଥିଲେ | ବାବାଙ୍କ କଥା ନ ମାନିଲେ ପୀଡିତାଙ୍କ ପରିବାରକୁ କ୍ଷତି ହେବ ବୋଲି କହି ଉକ୍ତ ଭଣ୍ଡ ବାବା ମହିଳାଙ୍କୁ ଦୁଷ୍କର୍ମ କରୁଥିଲା | ଅଭିଯୁକ୍ତ ଭଣ୍ଡ ବାବା ହେଲେ ଅଜୟ ହରିପ୍ରଦ ଚୌଧୁରୀ | ତାଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ଏବଂ ଗୁଣି ଗାରେଡି ମାମଲା ରୁଜ୍ଜୁ ହୋଇଛି | ସେ ପଶ୍ଚିମବଙ୍ଗ ବିରଧୂମ ଜିଲ୍ଲାର ଇଶ୍ୱକପୁର ଗାଁର ନିବାସୀ | ଗତ ୧୦ ବର୍ଷ ହେଲା ସେ ଭିରରରେ ବେଙ୍ଗଲୀ ବାବା ଭାବେ ଜଣାଶୁଣା | କଳକୀ ମାତାଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ବୋଲି କହି ସେ ଆଖପାଖ ଅଂଚଳରେ ଅପପ୍ରଚାର କରିଥିଲେ | ଅନ୍ଧ ବିଶ୍ୱାସ ଉପରେ ବିଶ୍ୱାସ କରୁଥିବା ସେହି ଅଂଚଳର କିଛି ଲୋକ ବାବାଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ | ପୀଡିତାଙ୍କ ଅଭିଯୋଗ ମୁତାବିକ, ବିବାହର ବହୁ ବର୍ଷ ପରେ ତାଙ୍କର ସନ୍ତାନ ଜନ୍ମ ହୋଇନଥିଲା | ବାବାଙ୍କ ଆଶୀର୍ବାଦରେ ସନ୍ତାନ ଜନ୍ମର ଆଶା ନେଇ ମହିଳା ବାବାଙ୍କ ପାଖକୁ ଯାଇଥିଲେ | ତେବେ ବାବା ମହିଳାଙ୍କୁ କହିଥିଲା ଯେ, କଳକୀ ମାତା ମହିଳାଙ୍କ ଉପରେ ରାଗିଯାଇଛନ୍ତି | ତାଙ୍କୁ ଶାନ୍ତ କରିବା ପାଇଁ ମହିଳାଙ୍କୁ କିଛି ତନ୍ତ୍ର ପୂଜା କରିବାକୁ ପଡିବ | ସନ୍ତାନ ଆଶାରେ ମହିଳା ବାବାଙ୍କ କଥାରେ ରାଜି ହୋଇଯାଇଥିଲେ | ୨୦୧୭ ମସିହା ମେ ମାସରୁ ୨୦୧୮ ମସିହା ଅକ୍ଟୋବର ମାସ ଯାଏଁ ଅଭିଯୁକ୍ତ ବାବା ପୀଡିତା ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲେ | ତେବେ ଏହି ସବୁ ଘଟଣା ସମ୍ପର୍କରେ କାହାକୁ ଜଣେଇଲେ କଳକୀ ମାତା ମହିଳାଙ୍କ ଉପରେ ରାଗିଯିବେ ଏବଂ ତାଙ୍କ ପରିବାରର କ୍ଷତି ଘଟେଇବେ ବୋଲି କହି ବାବା ମହିଳାଙ୍କୁ ସବୁବେଳେ ଡରେଇ ଆସୁଥିଲା | ବାବାଙ୍କ କଥାରେ ଡରିଯାଇ ମହିଳା କାହାକୁ ନକହି ଚୁପଚାପ ସବୁ ସାହିଯାଉଥିଲେ | ଶେଷରେ ସାହସ ଜୁଟେଇ ସେ ଅଭିଯୁକ୍ତ ବାବା ନାଁରେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ମହିଳାଙ୍କ ମାମଲା ଆଧାରରେ ପୋଲିସ ବାବାକୁ ଗିରଫ କରି କୋର୍ଟ ଚାଲାଣ କରିଛି | କୋର୍ଟ ତାଙ୍କୁ ୪ଦିନ ରିମାଣ୍ଡରେ ନେବା ପାଇଁ ନିର୍ଦେଶ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.