ଡେଟିଙ୍ଗ୍ ସାଇଟ୍ରେ ଦେଖା କରିଥିବା ଯୁବକଙ୍କ ସହ ପିଜ୍ଜା ଖାଇବା ପଡିଲା ମହଙ୍ଗା: ନିଶା ଦେଇ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜ୍ଜୁ
15/10/2020 at 12:28 PM

ଲକ୍ଷ୍ନୌ ୧୫/୧୦ : ଉତ୍ତର ପ୍ରଦେଶ ଲକ୍ଷ୍ନୌ ସୁଶାନ୍ତ ଗଲ୍ଫ ସିଟି ଥାନା ଅଞ୍ଚଳରେ ଜଣେ ଯୁବକ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ କଥାବାର୍ତ୍ତା କରିଥିଲେ ଓ ପିଜ୍ଜାରେ ନିଶା ଦ୍ରବ୍ୟ ମିଶାଇ ଖୁଆଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ପୀଡିତା ଅଭିଯୁକ୍ତ ବିରୋଧରେ ଗଲ୍ଫ ସିଟି ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ଥାନା ପ୍ରଭାରୀ ସଚିନ ସିଂହ କହିଛନ୍ତି ଯେ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତ ଶୁଭମ ଶୁକ୍ଲାକୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ଅଭିଯୁକ୍ତ ବୃନ୍ଦାବନ କଲୋନୀର ବାସିନ୍ଦା। ପୀଡିତା ଥାନାରେ କରିଥିବା ଅଭିଯୋଗରେ କହିଛନ୍ତି ଯେ ଯୁବକ ଅନଲାଇନ ୱେବସାଇଟ ବିବାହ.କମ ସାଇଟ ଜରିଆରେ ତାଙ୍କୁ ସମ୍ପର୍କ କରିଥିଲା ଏବଂ ବିବାହ ସମ୍ବନ୍ଧରେ କଥାବାର୍ତ୍ତା, ସାକ୍ଷାତ କରିବାକୁ ତାଙ୍କୁ ଡାକିଥିଲା। ଏହାପରେ ଯୁବତୀ ତାଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ ଓ ସାକ୍ଷାତ କରିଥିଲେ।
ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଯୁବକ ବାହାଘର ପ୍ରସଙ୍ଗରେ ଯୁବତୀଙ୍କ ଘରକୁ ଦେଖା କରିବାକୁ ଆସିଥିଲା। ସେ ନିଜ ସହ ପିଜ୍ଜା ନେଇ ଆସିଥିଲେ। ପୀଡିତା ଯୁବତୀ କହିଛନ୍ତି ଯେ ସେ ପିଜ୍ଜାରେ ନିଶା ଦ୍ରବ୍ୟ ମିଶାଇ ଆଣିଥିଲା। ପିଜ୍ଜା ଖାଇବା ପରେ ସେ ବେହୋସ ହୋଇଗଲେ। ଏହାପରେ ଯୁବକ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପୀଡିତା ମଙ୍ଗଳବାର ସନ୍ଧ୍ୟାରେ ସୁଶାନ୍ତ ଗଲ୍ଫ ସିଟି ଥାନାରେ ଯୁବକ ବିରିଧରେ ଅଭିଯୋଗ କରି ମାମଲା ରୁଜ୍ଜୁ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛି। ମାମଲା ରୁଜ୍ଜୁ ହେବାପରେ ପୋଲିସ ଅଭିଯୁକ୍ତ ଶୁଭମ ଶୁକ୍ଲାକୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ମୋବାଇଲରୁ ଅଶ୍ଳୀଳ ଭିଡିଓ ଓ ଫଟୋ ମଧ୍ୟ ମିଳିଛି।